ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଓ ଗୁଞ୍ଜିଗାଁ ପ୍ରତିଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର ବସୁଧା ଯୋଜନା କାର୍ଯ୍ୟକାରୀ କରିଛନ୍ତି ଘରକୁ ଘର ପାଇପ୍‌ଲାଇନ୍ ବି ସଂଯୋଗ ହୋଇଛି। କିନ୍ତୁ ଅଧିକାଂଶ ସାହି ବା ୱାର୍ଡ଼କୁ ପାଇପ୍ ଯୋଗେ ପାଣି ପହଞ୍ଚି ପାରୁନାହିଁ।

Advertisment

ଚାରି ନମ୍ବର ୱାର୍ଡର ବାସିନ୍ଦା ଚଳିତ ବର୍ଷ ଥଣ୍ଡା ପ୍ରବାହ ସମୟରେ ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କହିଛନ୍ତି। ବଣ୍ଡଗୁଡ଼ା ପଞ୍ଚାୟତର ମଗଡ଼ିଙ୍ଗିଆ ଓ ଗୁଞ୍ଜିଗାଁରେ ଘର ସଂଖ୍ୟା ଅଧିକ ରହିଥିବା ବେଳେ ଏଠାରେ ମାତ୍ର ଦୁଇଟି ପାଣି ଟାଙ୍କି ନିର୍ମାଣ କରାଯାଇଛି, ଯାହା ଗୋଟିଏ ସାହିରୁ ଅନ୍ୟ ସାହିକୁ ଦୂରତା ମଧ୍ୟ ଅଧିକ ହୋଇଥିବା କାରଣରୁ ପାଣି ଘରେ ପହଞ୍ଚି ପାରୁନି। ପୁଣି ବସୁଧା ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ସ୍ଥାନରୁ ପାଇପ୍ ମାଟି ତଳେ ପୋତା ହେଇ ଥବା ବେଳେ ଜେସିବିରେ ମାଟି ଖୋଳା ଚାଲିଥିବ ସମୟରେ ଅଜଣାତରେ ପାଇପ୍‌ଟି ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଛି। ପାଣିର ଚାପ କମିଯାଉଛି ଯାହା ଫଳରେ ଅଧିକାଂଶ ସାହିକୁ ପାଣି ପହଞ୍ଚି ପାରୁନାହିଁ ।

ବସୁଧା ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ସ୍ଥାନରୁ ପାଇପ୍ ମାଟି ତଳେ ପୋତା ହେଇ ଥବା ବେଳେ ଜେସିବିରେ ମାଟି ଖୋଳା ଚାଲିଥିବ ସମୟରେ ଅଜଣାତରେ ପାଇପ୍‌ଟି ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଛି। ପାଣିର ଚାପ କମିଯାଉଛି ଯାହା ଫଳରେ ଅଧିକାଂଶ ସାହିକୁ ପାଣି ପହଞ୍ଚି ପାରୁନାହିଁ ।

ମଗଡ଼ିଙ୍ଗିଆ ଗ୍ରାମବାସୀ ଜଳ ସଂକଟର ସମ୍ମୁଖିନ ହେଉଥିବା ବେଳେ ଉଚ୍ଚକ୍ଷମତାସମ୍ପନ୍ନ ମୋଟର ଲଗାଇ ଜଳ ଯୋଗାଇବାକୁ ଅନୁରୋଧ କରିଛନ୍ତି। ଅନେକ ସ୍ଥାନରେ ପାଇପ୍ ଫାଟି ଯାଇଛି। ପାଣିପାଇପ୍ କଳଙ୍କି ଲାଗି ନଷ୍ଟ ହେବାକୁ ଲାଗିଲାଣି। ତାପରେ ଅନେକ ଜାଗାରେ ମଧ୍ୟ ପାଇପ୍ ଫାଟି ଗଲାଣି ସେଗୁଡ଼ିକ ମରାମତି କରିବାପାଇଁ ଅନେକ ଥର ଦାବି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସବୁ ୱାର୍ଡ଼କୁ ଉଚିତ୍ ପରିମାଣରେ ପାଣି ପହଞ୍ଚି ପାରିବ ଏବଂ ପାଣି ସମସ୍ୟା ମଧ୍ୟ ଦୂର ହୋଇପାରିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି।