ବୈଶିଙ୍ଗା: ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଳକରେ ଶୁକ୍ରବାର ଦିନତମାମ ବର୍ଷା ଲାଗି ରହିଥ‌ିବା ବେଳେ ପବନ ଯୋଗୁଁ ରାସ୍ତାଉପରେ ଅନେକ ସ୍ଥାନରେ ପଡ଼ିରହିଥ‌ିବା ଗଛଗୁଡିକୁ ପୁଲିସ, ଅଗ୍ନିଶମବାହିନୀ ଏବଂ ବନବିଭାଗ ମିଳିତ ଭାବରେ ଅପସାରଣ କରି ସ୍ଵଳ୍ପସମୟ ମଧ୍ୟରେ ଯାତାୟାତକୁ ସ୍ୱଭାବିକ କରାଇଥିଲେ। ବେତନଟୀ ବ୍ଳକର ୨୪ଗୋଟି ପଞ୍ଚାୟତର ୫୫ଟି ଅସ୍ଥାୟୀ ଆଶ୍ରୟସ୍ଥଳରେ ୯ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଶୁଖୁଲାଖାଦ୍ୟ ସମେତ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ବାତ୍ୟା ‘ଦାନା’ ପ୍ରଭାବରେ ବେତନଟୀ ଅଞ୍ଚଳରେ ଶୁକ୍ରବାର ଦିନତମାମ ବର୍ଷା ଲାଗି ରହିଥ‌ିବା ବେଳେ ସକାଳ ୮ଟା ଠାରୁ ଅପରାହ୍ନ ରାହ୍ନ ୪ଟା ପର୍ଯ୍ୟନ୍ତ ୮ଘଣ୍ଟା ମଧ୍ୟରେ ୭୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Advertisment

publive-image

ବେତନଟୀ ସମେତ ଉପରମୁଣ୍ଡା ତଥା ଶିମିଳିପାଳ ଜୈବମଣ୍ଡଳ ଭିତରେ ପ୍ରବଳ ବର୍ଷା ହୋଇଥିବାରୁ ବୁଢାବଳଙ୍ଗ ନଦୀ ସମେତ ଶିମିଳିପାଳରୁ ବାହାରିଥିବା ଅନେକ ଛୋଟବଡ ନଦୀମାନଙ୍କରେ ଜଳସ୍ତର ବଢିବାର ଆଶଙ୍କା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ବାତ୍ୟାର ସଫଳ ମୁକାବିଲା ତଥା ସ୍ଥିତି ସମୀକ୍ଷା କରିବାକୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ଵରେ ଥିବା ନୋଡାଲ ଅଧିକାରୀ ତଥା ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ଦେଶକ ଏବଂ ଅତିରିକ୍ତ ସଚିବ ଭିନୀତ ଭରଦ୍ୱାଜ, ଜିଲ୍ଲାପାଳ ହେମକାନ୍ତ ସଏ, ଏସପି ବରୁଣ ଗୁଣ୍ଟୁପାଲୀ ପ୍ରମୁଖ ବେତନଟୀ ବ୍ଲକ ପାଟଳିପୁରା ପଞ୍ଚାୟତ ଅଧୀନ ବେଲାଣପୁରାଠାରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବାପରେ ବୁଢାବଳଙ୍ଗ ଏବଂ ଗଙ୍ଗାହାର ନଦୀର ଜଳସ୍ତର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ବୈଶିଙ୍ଗା ଥାନା ଅଧୂକାରୀ ଆଇଆଇସି ତପନ କୁମାର ପ୍ରଧାନ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଉପସ୍ଥିତ ରହିଥିଲେ।

baisinga

ଉପରମୁଣ୍ଡା ତଥା ଶିମିଳିପାଳ ଜୈବମଣ୍ଡଳ ଭିତରେ ପ୍ରବଳ ବର୍ଷା ହୋଇଥିବାରୁ ବୁଢାବଳଙ୍ଗ ନଦୀ ସମେତ ଶିମିଳିପାଳରୁ ବାହାରିଥିବା ଅନେକ ଛୋଟବଡ ନଦୀମାନଙ୍କରେ ଜଳସ୍ତର ବଢିବାର ଆଶଙ୍କା ଦେଖାଦେଇଛି। ପ୍ରଶାସନ ଏହାରି ଉପରେ ନଜର ରଖିଛି।

ବାତ୍ୟା ‘ଦାନ’ ପ୍ରଭାବରେ ବେତନଟୀ ଅଞ୍ଚଳରେ ଦିନତମାମ ବର୍ଷା ଲାଗିରହିଥିଲେ ସୁଦ୍ଧା ସନ୍ଧ୍ୟା ସମୟ ବେଳକୁ ବର୍ଷାର ପରିମଣ କମି ଯାଇଥିଲାl ଅନ୍ୟପଟେ ଶୁକ୍ରବାର ଭୋର ଅନ୍ଧାରରୁ ଜୋର ପବନ ପାଇଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖ୍ ଟାଟାପାଓ୍ବାର ପକ୍ଷରୁ ବିଦ୍ୟୁତକାଟ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ କେବୁଲଲାଇନ ଉପରେ ପଡିରହିଥ‌ିବା ଗଛଡାଳ ଗୁଡିକୁ କାଟିବାପରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟତଃ ସ୍ଥାନରେ ବିଦ୍ୟୁତ ସରବାରହକୁ ସ୍ବାଭାବିକ କରାଯାଇଥିଲା। ବର୍ତ୍ତମାନ ବାତ୍ୟା ‘ଦାନା’ ପ୍ରଭାବରେ ଲଗାଣବର୍ଷା ଏବଂ ଝଡତୋଫାନର ସମ୍ଭାବନା ସମ୍ପୂର୍ଣ କ୍ଷୀଣ ହୋଇସାରିଥିବା ବେଳେ ଉପରମୁଣ୍ଡାରେ ଲଗାଣବର୍ଷାରୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢିବାର ଆଶଙ୍କାକୁ ନେଇ ପ୍ରଶାସନ ସ୍ଥିତି ନିୟନ୍ତ୍ରଣ ପାଇଁ କଡ଼ା ନଜର ରଖୁଛି l