କୋରାପୁଟ: କୋରାପୁଟ ଜିଲ୍ଲାରେ ପୁଣି ଜଳ ସଙ୍କଟ ଦେଖାଦେବା ଆରମ୍ଭ ହୋଇଛି। ଜିଲ୍ଳାରେ ଭୂତଳ ଜଳସ୍ତର ଅତି ବିପଦଜନକ ଭାବେ ତଳକୁ ଖସି ଯାଇଛି। ଜନବସତି ଗୁଡ଼ିକୁ ପାଇପ ପାଣି ଯୋଗାଣ ବି ବିଶେଷ ଆଗେଇ ପାରିନି। କୋରାପୁଟ ଉପଖଣ୍ଡର ୯ଟି ବ୍ଲକ ପାହାଡ଼ିଆ ଏବଂ ଦୁର୍ଗମ ଥିବାରୁ ଜଳସଂକଟ ବେଶି ଦେଖିବାକୁ ମିଳୁଛି। ଅଧିକାଂଶ ଅଂଚଳରେ ନଳକୂପରୁ ଖରାଦିନେ ପାଣି ବାହାରୁ ନାହିଁ। ଗତ ୭ବର୍ଷ ହେବ ଜିଲ୍ଲାର ୮ମେଗା ଜଳଯୋଗାଣ ପ୍ରକଳ୍ପର କାମ ସରିବା ନାଁ ନେଉନି। ମେଗାଜଳଯୋଗାଣ ପ୍ରକଳ୍ପ ଆରମ୍ଭ ପରେ ନୂଆ ନଳକୂପର ଅନୁମୋପଦନ ସରକାର ଦେଉ ନାହାନ୍ତି। ଜିଲ୍ଲାପରିଷଦ ବୈଠକରେ ନୂଆ ନଳକୂପ ଖନନ୍ ପାଇଁ ଜିଲ୍ଲାର ବିଧାୟକ ଓ ଜିଲ୍ଲାପରିଷଦ ସଭ୍ୟମାନେ ପ୍ରଶାସନ ନିକଟରେ ନେହୁରା ହେଉଥିବା ଦେଖିବାକୁ ମିଳିଥିଲା। 

Advertisment

publive-image

ଜିଲ୍ଲାରେ ଏବେ ୧୭,୭୮୦ଟି ନଳକୂପ ଓ ୪୮୨ଟି ପରିମଳ, ୬୪୫ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଜିଲ୍ଲାର ୪୪୦୪ଟି ଜନବସତିରୁ ୧୦୩୦ଟି ଜନବସତିକୁ ପାଇପ ପାଣି ଯୋଗାଇ ଦିଆଯାଉଛି। ୨୦ହଜାର ଘର ଏଥିରୁ ଫାଇଦା ପାଇଥାନ୍ତି। କିନ୍ତୁ ବାକି ଜନବସତିରେ ଥିବା ୨ ଲକ୍ଷ ୭୫ ହଜାର ଘର ନଳକୂପ କିମ୍ବା କୂପ ଉପରେ ନିର୍ଭର କରିଥାନ୍ତି। କିଛି ସ୍ଥାନରେ ଲୋକେ ଝରଣା, ନଦୀ, ନାଳର ପାଣି ବ୍ୟବହାର କରନ୍ତି। ଏହାର ସଦ୍ୟ ଉଦାହରଣ ହେଉଛି କୋରାପୁଟ ବ୍ଲକର ପୁଲସା ଓ ଦଶମନ୍ତପୁର ବ୍ଲକର ଚିକିଟାସିଲ ଗାଁ ଲୋକେ ଚୁଆଁ ଓ ନାଳରୁ ପାଣି ନେଉଛନ୍ତି। ପୁଲସା ଗାଁରେ ୨୫ ଘର ରହିଥିବା ବେଳେ ଦୁଇଟି ଯାକ ନଳକୂପ ଖରାପ। ସେହିପରି ଚିକିଟାସିଲ ଗାଁରେ ୪୦ଟି ଘର ରହିଥିବା ବେଳେ ୩ଟିରୁ ୨ଟି ନଳକୂପ ଖରାପ। ଉଭୟ ଗ୍ରାମବାସୀ ଜମି, ନାଳ ଓ ଚୁଆଁରୁ ପାଣି ଛାଣିକି ନେଉଛନ୍ତି।

publive-image

୨୦୨୦-୨୧ରୁ ୨୦୨୩-୨୪ ଯାଏଁ ଜଳଜୀବନ ମିସନରେ ପାଇପ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରି ଜଳଯୋଗାଣ କରାଯାଉଥିଲା। ଗତ ୭ବର୍ଷ ତଳେ ଆରମ୍ଭ ହୋଇିଲା ମେଗା ଜଳଯୋଗାଣ ପ୍ରକଳ୍ପ। ଜିଲ୍ଲାର ୧୪ଟି ବ୍ଲକ ପାଇଁ ୮ଟି ସ୍ଥାନରୁ ଏହି ଯୋଜନାରେ ପାଣି ଘରକୁ ଘର ଯୋଗାଇବାକୁ ଲକ୍ଷ୍ୟ ରହିଥିଲା।  ଏଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୩ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ତେବେ ଏହି ପ୍ରକଳ୍ପ ବି ସରିବା ନାଁ ନେଉନି। 

 

ମୁରାନ ପ୍ରକଳ୍ପରୁ ଟ୍ରାୟଲରେ କିଛି ଅଂଚଳରେ ପାଣି ଯୋଗାଯାଉଛି। ୯ଟି ସ୍ଥାନରେ ପାଣି ଟ୍ୟାଙ୍କରରେ ପାଣି ଦିଆଯାଉଛି।   ଜିଲ୍ଲାରେ ୩୦୦ଟି ନଳକୂପ ଖରାଫ ରହିଛି। ଖରାଫ ଥିବା ସ୍ଥାନ ଏବଂ ଅତ୍ୟାଧିକ ଜରୁରୀ ସ୍ଥାନ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ୧୫୧୧ଟି ନୂଆ ନଳକୂପ ଖନନ ପାଇଁ ରାଜ୍ୟସରକାର ଅନୁମୋଦନ କରିଛନ୍ତି ବୋଲି  କହିଛନ୍ତି ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଚୌଧୁରୀ। 

 Koraput | Drinking water | water crisis