ରାଇରଙ୍ଗପୁର: ଗ୍ରୀଷ୍ମଋତୁ ପାଇଁ ପାନୀୟ ଜଳ ପାଇଁ ଅଧିକାଂଶ ଗ୍ରାମର ଲୋକେ ଡହଳବିକଳ ହେଉଥିବା ଦୃଷ୍ଟିଗୋଚର ହେଉଛି। ସରକାର ଯୋଜନା ଉପରେ ଯୋଜନା କରୁଥିଲେ ମଧ୍ୟ ପାନୀୟ ଜଳ ଯୋଗାଇବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ମଧ୍ୟ ସମାନ ପ୍ରକାରର ଅସୁବିଧା। ବିଜାତଳା ବ୍ଲକ୍ ଅର୍ନ୍ତଗତ ଖଡିଆଶୋଳ ଗ୍ରାମରେ ପ୍ରାୟ ୪୫୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଉକ୍ତ ଗ୍ରାମରେ ୫ଟି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଥିଲା। ସେଗୁଡ଼ିକ ନଳକୂପ ସହିତ ସଂଯୋଗ କରାଯାଇଥିଲା। କିନ୍ତୁ ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ଅଚଳ ହୋଇପଡ଼ିଛି।
ଗ୍ରାମବାସୀ ବର୍ତ୍ତମାନ ମାତ୍ର ଗୋଟିଏ ନଳକୂପରେ ପାନୀୟ ଜଳ ପାଇଁ ଭରସା କରୁଛନ୍ତି। ବାଲଟିଏ ପାଣି ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ବାଲଟିଏ ପାଣି ପାଇଁ ମହିଳାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ଝଗଡ଼ା ମଧ୍ୟ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ।
ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ଶତାଧିକ ମହିଳା ଗରା, ବାଲଟି ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
/sambad/media/media_files/2025/04/15/KT6LOdwilJD39gKBHkCd.jpg)
ଏନେଇ ଗ୍ରାମର ୱାର୍ଡମେମ୍ବର ଓ ଗ୍ରାମବାସୀମାନେ ପଂଚାୟତ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥାଏ। କେବଳ ପ୍ରତିଶ୍ରୁତି ମିଳିଥାଏ। ଏନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ଶତାଧିକ ମହିଳା ଗରା, ବାଲଟି ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷଭ ପ୍ରଦର୍ଶନ କରିଥିଲେ।
ପରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଏଡିଏମ୍ଙ୍କୁ ନିବେଦନ କରିଥିଲେ। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ୱାର୍ଡମେମ୍ବର ରାଜେନ୍ଦ୍ର ସୋରେନ, ରାମଚନ୍ଦ୍ର ସୋରେନ, ଦିନେଶ ସୋରେନ, କନ ହେମ୍ବ୍ରମ୍, ଡାକ୍ତର ହେମ୍ବ୍ରମ, ମୁନୁରାମ ସୋରେନ, ଝାନ ସୋରେନ, ପୁନ୍ତା ହେମ୍ବ୍ରମ, ତୁଳସୀ ହେମ୍ବ୍ର, ଡମାନ ମାରାଣ୍ଡିଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।
water crisis
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/15/6l3dk8sXLpiDTttIc05M.jpg)