ଭୁବନେଶ୍ବର: ମଞ୍ଚେଶ୍ବର ରେଳଡବା ମରାମତି କାରଖାନା ନିକଟ ଗାଡ଼କଣସ୍ଥିତ ଅସ୍ଥାୟୀ ଡ଼ମ୍ପିଂୟାର୍ଡକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୋଟିସ୍‌ର ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିସନର ଳଞ୍ଚଳ ରାଣା। ସେ କହିଛନ୍ତି ଗତମାସ ୩୦ ତାରିଖରେ ଆମେ ଏହି ନୋଟସ୍‌ ପାଇଛୁ। ଆମେ ଆମର ପଏଣ୍ଟ ଅନୁଯାୟୀ କାଲି ସୁଦ୍ଧା ଉତ୍ତର ଦାଖଲ କରିବୁ। ପୂର୍ବରୁ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ଅଭିଯୋଗର ଉତ୍ତର ସହ ନିୟମ ଅନୁପାଳନ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ବିଏମସି ପକ୍ଷରୁ ଚିଠିର ଉତ୍ତର ନମିଳିବାରୁ ପୁଣି ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ବିଏମସି କମିସନରଙ୍କୁ ଚିଠି ହୋଇଥିଲା। ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ସଠିକ ଓ଼ ସନ୍ତୋଷଜନକ ଉତ୍ତର ନଦେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ  ଚିଠିରେ ଉଲ୍ଲେଖ କରିଥିଲା। ମଙ୍ଗଳବାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର କିଛି ଅଧିକାରୀ ଡମ୍ପିଂୟାର୍ଡ ପରିଦର୍ଶନ କରିଥିଲେ।

Advertisment

ବିଏମ୍‌ସି ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲ୍ଲଂଘନ କରିଛି। ଗାଡ଼କଣସ୍ଥିତ ଅସ୍ଥାୟୀ ଡଂପିଙ୍ଗ ୟାର୍ଡରେ ଅନେକ ନିୟମ ଆରମ୍ଭରୁ ଉଲ୍ଲଂଘନ କରାଯାଇଛି। ତେଣୁ ଏହାକୁ ସଂଶୋଧନ କରିବା ପାଇଁ  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ, ବିଏମ୍‌ସି ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲ୍ଲଂଘନ କରିଛି। ଗାଡ଼କଣସ୍ଥିତ ଅସ୍ଥାୟୀ ଡଂପିଙ୍ଗ ୟାର୍ଡରେ ଅନେକ ନିୟମ ଆରମ୍ଭରୁ ଉଲ୍ଲଂଘନ କରାଯାଇଛି। ତେଣୁ ଏହାକୁ ସଂଶୋଧନ କରିବା ପାଇଁ  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛି। ଗତକାଲି ପ୍ରଦୂଷଣ ବୋର୍ଡର କିଛି ଅଧିକାରୀ ଏହି ଡଂପିଙ୍ଗ ୟାର୍ଡ ପରିଦର୍ଶନ କରିବା ସହ ଯାଞ୍ଚ କରିଛନ୍ତି। ତେବେ ଯାଞ୍ଚ ବେଳେ ତ୍ରୁଟି ଥିବା ଜଣାପଡ଼ିଛି। ଆରମ୍ଭରୁ ବିଏମସି ନିୟମ ଉଲଂଘନ କରିଥିବା ପ୍ରଦୂଷଣ ବୋର୍ଡ ଅଧିକାରୀ କହିଛନ୍ତି। ବର୍ତ୍ତମାନ କିଛି ପ୍ରସେସିଂ ୟୁନିଟ ଲାଗିଥିବା ବେଳେ ଅଲିଆର ମାତ୍ର କମିଛି। କିନ୍ତୁ ପ୍ରଦୂଷଣ ହେଉଛି। ତେବେ ବିଏମ୍‌ସି କଣ ପଦକ୍ଷେପ ନେଇଛି ଓ ଆଗକୁ କଣ ନେବ ଏହି ରିପୋର୍ଟ ତୁରନ୍ତ ଦେବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ରିପୋର୍ଟ ଆସିବା ପରେ ଆବଶକୀୟ ପଦକ୍ଷେପ ବା ଆକ୍ସନ ନେବ ରାଜ୍ୟ ପ୍ରଦୂଷଣ ବୋର୍ଡ ବୋଲି କହିଛନ୍ତି ବୋର୍ଡର ବରିଷ୍ଠ ବୈଜ୍ଞାନିକ ଉଷାରାଣୀ ପଟ୍ଟନାୟକ। ଟିଟିଏସ୍‌ର ବିକଳ୍ପ ଜାଗା ନହେବା ଯାଏଁ ଏଠାରେ ପ୍ରୋସେସିଂ ଚାଲିବ ବୋଲି ସେ କହିଛନ୍ତି। କିନ୍ତୁ ପ୍ରତିଦିନ ରାଜଧାନୀରୁ ଉଠୁଥିବା ସମ୍ପୂର୍ଣ୍ଣ ଅଳିଆର ପ୍ରୋସେସିଂ କରିବା ଓ ଜନବସତି ଉପରେ ଏହାର କୁପ୍ରଭାବ ନପଡୁ ସେ ନେଇ ବିଏମସି ତୁରନ୍ତ ପଦକ୍ଷେପ ନେବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। 

Bhubaneswar Municipal Corporation (BMC)