ରାଇରଙ୍ଗପୁର/ଝରାଡ଼ିହି: ଦୁର୍ଗମରେ ଶିକ୍ଷା ବିଭାଗକୁ ଅଣଦେଖା କରିଥିବାର ବାସ୍ତବ ଚିତ୍ର। ପରିଣାମ ସ୍ୱରୂପ ଉପାନ୍ତରେ ଝୁଣ୍ଟି ହୋଇ ପଡିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ୮ଟି ଶ୍ରେଣୀକୁ ୪ଟି ଶ୍ରେଣୀ ଗୃହ ଏବଂ ମାତ୍ର ଦୁଇ ଜଣ ଶିକ୍ଷକରେ ଗଢ଼ର ଚାଲିଛି ୭୫ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କେମିତି ପଢ଼ିବେ ପାଠ ଏବଂ କେମିତି ଗଢ଼ିବେ ଭବିଷ୍ୟତ ଚିନ୍ତାରେ ଅଭିଭାବକ ସାଙ୍ଗକୁ ପ୍ରଧାନଶିକ୍ଷକ?ବିଦ୍ୟାଳୟର ସ୍ଥିତି ଦେଖି ମୁହଁ ମଡୁଛନ୍ତି ଅନେକ ଛାତ୍ରଛାତ୍ରୀ। ଶିକ୍ଷକ ଅଭାବରୁ ହେଉନି ପାଠ ପଢା। ଟିସି ନେଇ ଅନ୍ୟତ୍ର ବିଦ୍ୟାଳୟରେ ନାମ ଲେଖାଉଛନ୍ତି ଅନେକ ବିଦ୍ୟାର୍ଥୀ। ଆଉ ୩/୪ ଜଣ ଶିକ୍ଷକ ନିଯୁକ୍ତି ଦିଆଯାଉ ବୋଲି ସରକାରଙ୍କୁ ଅଳି କଲେ କୁନିକୁନି ଛାତ୍ର।

Advertisment

ଏଭଳି ଶିକ୍ଷା ଵିଭାଗ ଅନ୍ଧକାର ଆଡକୁ ଠେଲି ହୋଇ ଯାଉଥିବା ଚିତ୍ର ସାମ୍ନାକୁ ଆସିଛି ଆଦିବାସୀ ସଧୂସ୍ବୀତା ମୟୂରଭଞ୍ଜଜିଲ୍ଲା ବାମନଘାଟୀ ସଦର ମହକୁମା ବହଳଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିଗାଁଠାରେ। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ ଅନୁସାରେ ବିଦ୍ୟାଳୟ ବର୍ତ୍ତମାନ ବିପର୍ଯସ୍ତ ଅବସ୍ଥାରେ ଏକଥା ଏହି ବିଦ୍ୟାଳୟ ଅଫିସ କାର୍ଯ୍ୟଳୟରେ ପାଣି ଗଳୁଥିବାରୁ ପଲିଥିନ ଦେଇ ଅଫିସ କାଗଜ ପତ୍ର ବଞ୍ଚାଇ ରଖିବା ଚିତ୍ର ବେସ ବୟାନ କରୁଛି।

publive-image

ବିଦ୍ୟାଳୟରେ ୮ଟି ଶ୍ରେଣୀକୁ ମାତ୍ର ୪ ଶ୍ରେଣୀକକ୍ଷ ସେଥିରେ ପୁଣି ବାଲ ବାଟିକା ଛାତ୍ରଛାତ୍ରୀ, ଯାହା ଫଳରେ ଗୋଟିଏ ଶ୍ରେଣୀ କକ୍ଷରେ ତିନି ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ ପଢା ଯାଉଥିବାରୁ ଛାତ୍ର ଛାତ୍ରୀଙ୍କ ପାଠ ପଢା ଭଲ ହୋଇ ପାରୁନି ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଅପରପକ୍ଷରେ ଆଠୋଟି ଶ୍ରେଣୀ ସାଙ୍ଗକୁ ବାଲ ବାଟିକା ଛାତ୍ରଛାତ୍ରୀ ମାନଙ୍କୁ ମିଶାଇ ୭୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କେମିତି ପାଠ ପଢ଼ାଇବେ ସେ ନେଇ ଚିନ୍ତାରେ ପ୍ରଧାନଶିକ୍ଷକ।

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ କରିବାକୁ ପୂର୍ବରୁ ଦୁଇ ଜଣ କର୍ମଚାରୀ ରହିଥିଲେ। କିନ୍ତୁ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ କେବଳ ଜଣେ ସହାୟକ ପାଚିକାର ୭୫ରୁ ଅଧିକ ଛାତ୍ର ଛାତ୍ରୀଙ୍କ ରୋଷେଇ ସମ୍ଭବ ନୁହଁ ବୋଲି ଚିନ୍ତା ପ୍ରକଟ କରିଛନ୍ତି ସହାୟକ ପାଚିକା। ତା ସହିତ ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ପାଇଁ ଖେଳ ପାଇଁ ପଡ଼ିଆ ମଧ୍ୟ ନାହିଁ ଯାହା ଫଳରେ ଛାତ୍ରଛାତ୍ରୀଙ୍କ କ୍ରୀଡ଼ାରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇ ପାରୁନାହାନ୍ତି ବୋଲି  ଅଭିଯୋଗ ଆଣିଛନ୍ତି ଅଭିଭାବକ।

ଏ ସମ୍ବନ୍ଧରେ ବହଳଦା ବିଇଓଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଖୁବ୍ ଶୀଘ୍ର ଆଉଜଣେ ଶିକ୍ଷକ ନିଯୁକ୍ତି ହେବେ। ତେବେ ଶିକ୍ଷକ ନିଯୁକ୍ତି ହେଉନଥିବାରୁ ଏଭଳି ସମସ୍ୟା ଅଧିକାଂଶ ସ୍କୁଲରେ ଦେଖିବାକୁ ମିଳୁଛି।

Mayurbhanj | Education