ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଷ୍ଟେସନ ସମ୍ମୁଖରେ ଥିବା ଗୋଲ୍ଡେନ ଗେଷ୍ଟ ହାଉସରେ ଜଣେ ୨୭ ବର୍ଷିୟ ବଙ୍ଗୀୟ ଯୁବକ ବେକରେ ଗାମୁଛା ଲଗାଇ ଜୀବନ ହାରିଛନ୍ତି। ଯୁବକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଜୟନଗର, ବତରା ଅଞ୍ଚଳର ସୁପ୍ରିୟ ରୁଇଦାସ।
ଗତକାଲି ସନ୍ଧ୍ୟା ୭ ଟା ୧୪ ମିନିଟ ସମୟରେ ସୁପ୍ରିୟ ଏହି ଗେଷ୍ଟ ହାଉସକୁ ରାତ୍ରିଯାପନ ପାଇଁ ଆସିବା ସହ ୨୦୨ ନମ୍ବର ରୁମରେ ରହିଥିଲେ। ଏପରିକି ରାତି ସାଢେ ୮ ଟା ସମୟରେ ସେ ଷ୍ଟେସନ ଛକରେ ଥିବା ଏକ ହୋଟେଲରେ ମଧ୍ୟ ରାତ୍ରିଭୋଜନ କରିଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି। ସୁପ୍ରିୟ ଆଜି ପୂର୍ବାହ୍ନ ଦଶଟା ସମୟରେ ହୋଟେଲ ଛାଡ଼ିବେ ବୋଲି ଗେଷ୍ଟ ହାଉସ କର୍ମଚାରୀଙ୍କୁ ଜଣାଇଥିଲେ।
ପଶ୍ଚିମବଙ୍ଗର ଜୟନଗର, ବତରା ଅଞ୍ଚଳର ସୁପ୍ରିୟ ରୁଇଦାସ ଗତକାଲି ସନ୍ଧ୍ୟା ୭ ଟା ୧୪ ମିନିଟ ସମୟରେ ସୁପ୍ରିୟ ଏହି ଗେଷ୍ଟ ହାଉସକୁ ରାତ୍ରିଯାପନ ପାଇଁ ଆସିବା ସହ ୨୦୨ ନମ୍ବର ରୁମରେ ରହିଥିଲେ। ଏପରିକି ରାତି ସାଢେ ୮ ଟା ସମୟରେ ସେ ଷ୍ଟେସନ ଛକରେ ଥିବା ଏକ ହୋଟେଲରେ ମଧ୍ୟ ରାତ୍ରିଭୋଜନ କରିଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି।
ତେବେ ଦଶଟା ଯାଏଁ କୋଠରୀ ଭିତର ପଟୁ ବନ୍ଦ ଥିବାରୁ ଦାୟିତ୍ୱରେ ଥିବା କର୍ମଚାରୀ କବାଟ ବାଡ଼େଇ ଡାକିବା ପରେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଫଳରେ କର୍ମଚାରୀ ଜଣକ ଏସମ୍ପର୍କରେ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ। ଆଇଆଇସି ରଞ୍ଜନ କୁମାର ସେଠୀ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିବା ସହ ଜଳେଶ୍ଵର ତହସିଲଦାର ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟ ଅବଗତ କରିଥିଲେ।
ତହସିଲଦାରଙ୍କ ଉପସ୍ଥିତିରେ କୋଠରୀର କବାଟ ଭଙ୍ଗା ଯିବା ପରେ ଏକ ଗାମୁଛାରେ ସୁପ୍ରିୟ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ସୁପ୍ରିୟ ଜଳେଶ୍ଵର ବିଭିନ୍ନ ଅଳଙ୍କାର ଦୋକାନକୁ ଅଳଙ୍କାର ବିକ୍ରି ପାଇଁ ଉଦ୍ଦିଷ୍ଟ ପର୍ସ ଯୋଗାଇଥାନ୍ତି ବୋଲି କୁହାଯାଇଛି।