ରାଉରକେଲା: ମିନି ଇଣ୍ଡିଆ ଇସ୍ପାତ ସହର ରାଉରକେଲାରେ ଜାତୀୟ ବୈଷୟିକ ପ୍ରତିଷ୍ଠାନ (ଏନ୍ଆଇଟି) ପରି ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ପାଇଁ ପୂର୍ବ ବିଜେଡି ସରକାର ଘୋଷଣା କରିଥିଲେ। ଇନ୍ଷ୍ଟିଚ୍ୟୁଟ୍ ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ ହୋଇଥିଲା। ରାଉରକେଲା ୟୁନିଟ୍ ୫ସ୍ଥ ଆର୍ଏସ୍ପିର ୩୦ ଏକର ଜାଗାରେ ଏହା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସେଲ୍ କର୍ତ୍ତୃପକ୍ଷ ପ୍ରାୟ ୧୨୦ କୋଟି ଟଙ୍କା ଦେବାକୁ ମଧ୍ୟ ସହମତି ପ୍ରକାଶ କରିଥିଲା। ହେଲେ ରାଜ୍ୟ ସରକାରଙ୍କ ଅବହେଳାରୁ ଆଜି ପର୍ଯ୍ୟନ୍ତ ଇନ୍ଷ୍ଟିଚ୍ୟୁଟ୍ ପାଇଁ ଇଟା ଖଣ୍ଡିଏ ମଧ୍ୟ ପଡ଼ିପାରିଲା ନାହିଁ।
ଏବେ ସରକାର ବଦଳିଛି। ନୂଆ ସରକାର ବିଜେପି ଶାସନରେ। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଇନ୍ଷ୍ଟିଚ୍ୟୁଟ୍ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ତେବେ ବହୁ ପ୍ରତୀକ୍ଷିତ ଇନ୍ଷ୍ଟିଚ୍ୟୁଟ୍ ନିର୍ମାଣ ପାଇଁ ଦଳମତ ନିର୍ବିଶେଷରେ ଆନ୍ଦୋଳନକୁ ଜୋରଦାର କରିବାର ଆବଶ୍ୟକତା ରହିଛି । ସହରରେ ଆନ୍ତଃରାଜ୍ୟ ଅପରାଧିକ କାର୍ଯ୍ୟକଳାପ ରୋକିବା ସହ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଗତ ୨୦୧୪ରେ ସରକାର ରାଉରକେଲାକୁ କମିସନରେଟ୍ ପୁଲିସ୍ ଘୋଷଣା କରିଥିଲେ। ଆଜିକୁ ୧୦ ବର୍ଷ ବିତିଯାଇଥିଲେ ହେଁ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଗତ ୧୦ ବର୍ଷ ତଳେ ଝିରପାଣି-ଦେଓଗାଁ ମଧ୍ୟରେ(କାଠଯୋଡି ଓ ନର୍ମଦା ନଦୀ ପରି) ବ୍ରାହ୍ମଣୀ ଓ କୋଏଲନଦୀ କୂଳରେ ରିଂରୋଡ ନିର୍ମାଣ ପାଇଁ ସରକାର ଶିଳାନ୍ୟାସ କରିଥିଲେ। ରାସ୍ତା ନିର୍ମାଣ ହେଲେ ସହର ଭିତରକୁ ପଶୁଥିବା ବନ୍ୟାଜଳକୁ ସମ୍ପୂର୍ଣ୍ଣ ରୋକାଯାଇପାରିଥାନ୍ତା। ହେଲେ ତାହା ସେମିତି ଶିଳାନ୍ୟାସରେ ଅଟକିଛି।

ଗତ ୨୦୦୩ ଅର୍ଥାତ୍ ୨୦ ବର୍ଷ ତଳେ ରାଉରକେଲା ମେଡ଼ିକାଲ କଲେଜ ପାଇଁ କୁଆରମୁଣ୍ଡା ଡାଏରୀ ଫାର୍ମରେ ସରକାର ଶିଳାନ୍ୟାସ କରିଥିଲେ। ରିଂ ରୋଡ ପରି ତାହା ମଧ୍ୟ ଶିଳାନ୍ୟାସରେ ସୀମିତ। ସମ୍ପୃକ୍ତ ଜାଗାକୁ ଏବେ ସରକାର ଶାଗମାଛ ଦରରେ ସ୍ପଞ୍ଜ କାରଖାନାକୁ ଟେକି ଦେବାକୁ ଯାଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ କଡ଼ା ବିରୋଧ କରାଯାଉଛି। ସେମିତି ସୁନ୍ଦରଗଡ଼ରେ ହକିର ବିକାଶ ଗତ ୨୦୦୮ରେ ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ସରକାର ହକି ନର୍ସରୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ୧୫ ବର୍ଷ ବିତିଯାଇଥିଲେ ହେଁ ସରକାର ଏ ଦିଗରେ ଥରୁଟିଏ ଚିନ୍ତା କରିନାହାନ୍ତି। ସହରରେ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି ବାସଗୃହ। ରାଜ୍ୟ ଗୃହ ନିର୍ମାଣ ବିଭାଗ ହେଉ ଅବା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ) ବିଗତ ପ୍ରାୟ ୨୦ ବର୍ଷ ମଧ୍ୟରେ ଗୋଟିଏ ବି ବାସଗୃହ ପ୍ରକଳ୍ପ କରିନାହାନ୍ତି। ସେମିତି ସରକାରଙ୍କ ଅବହେଳାରୁ ଇଏସ୍ଆଇ ମେଡ଼ିକାଲ କଲେଜ ରାଉରକେଲାରୁ ହଟିଗଲା। ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ସହର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କେବଳ ଶିଳାନ୍ୟାସ ଓ ଘୋଷଣାରେ ସୀମିତ ରହିଯାଉଛି।