ରାଇରଙ୍ଗପୁର/ଝରାଡିହି: ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡର ନନ୍ଦାବସା ଗ୍ରାମରେ ପକ୍କାରାସ୍ତା କେବେ ନିର୍ମାଣ ହେବ? କଚ୍ଚାରାସ୍ତା ପାଇଁ ଜମ ଯନ୍ତ୍ରଣା ଅନୁଭବ କରୁଛନ୍ତି ଗ୍ରାମବାସୀ। ପକ୍କା ରାସ୍ତା ଶୂନ୍ୟ ଗ୍ରାମ ହେଉଛି ନନ୍ଦାବସା। ଗ୍ରାମର ୯୦ ପ୍ରତିଶତ ରାସ୍ତା କାଦୁଅ ପଚପଚ। ତଥାପି ଚାଲିଛି ଗରିବ ଆଦିବାସୀଙ୍କ ଗମନାଗମନ ଏବଂ ଚାଲିଛି ଜୀବନ।
ସମୁଦ୍ରକୁ ଶଙ୍ଖେ ପାଣି ଭଳିଆ ୪ କିଲୋମିଟର ରାସ୍ତାକୁ ପୂର୍ବତନ ସରକାର ସମୟରେ ୩ଲକ୍ଷ ଟଙ୍କାର ଅନୁଦାନ ଦେଇ ଗ୍ରାମବାସୀଙ୍କୁ ଉପହାସ କରିଥିଲେ। ୪ କିଲୋମିଟର କଚ୍ଚାରାସ୍ତାରେ ତିନି ଲକ୍ଷ ଟଙ୍କାର ରାସ୍ତା କେମିତି ନିର୍ମାଣ ହେବ ବିଭାଗ ପାଖରେ ପଡ଼ିଛି ଚିନ୍ତା। ଗ୍ରାମବାସୀ ପଞ୍ଚାୟତରୁ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କଲେ ମଧ୍ୟ ଫଳ ଶୂନ୍ୟ। ଏଭଳି ଏକ ଶୋଚନୀୟ ରାସ୍ତା ଦେଖିବାକୁ ପାଇବେ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଯଶିପୁର ଗ୍ରାମପଞ୍ଚାୟତର ନନ୍ଦାବସା ଗ୍ରାମରେ।
ଏହା ଏକ ଆଦୀବାସୀବହୁଳ ଗ୍ରାମ। ଗ୍ରାମର ୩ଟି ସାହି (ଆହାରଟୋଲା, ରୁହିନଟୋଲା ଓ ଚଟାଣୀସାହି)ର ୪ କିଲୋମିଟର ରାସ୍ତା କାଦୁଅ ପଚପଚ। ତେବେ ଏହି ୩ଟି ସାହିରେ ଶତାଧିକ ପରିବାର ବସବାସ କରିଥିବା ବେଳେ ରାସ୍ତା ଖରାପ ଥିବାରୁ ଆଜିବି ରୋଗୀ ଓ ପ୍ରସ୍ତୁତିଙ୍କୁ ଖଟିଆ ଭରସା। କାଦୁଅ ପଚପଚ ରାସ୍ତା ପାଇଁ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ମଧ୍ୟ ଯାଉନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।
ସରକାର ଗ୍ରାମଞ୍ଚଳର ବିକାଶ ପାଇଁ ଗମନାଗମନକୁ ପ୍ରାଥମିକ ଦେଇଥିବା ବେଳେ କିଭଳି ଗାଁରୁ ମୁଖ୍ୟ ରାସ୍ତାକୁ ସଂଯୋଗ ହୋଇପାରିବ ସେଥିପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନା କରିଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୁର୍ଗମର ରାସ୍ତା ଉପରେ ନାହିଁ ନଜର ତେଣୁ ଗ୍ରାମ୍ୟ ନିର୍ମାଣ ବିଭାଜନ ଏହି ରାସ୍ତା ଉପରେ ଯଥା ଶୀଘ୍ର ଧ୍ୟାନ ଆକର୍ଷଣ କରି ନୂତନ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ସରକାରଙ୍କ ପାଖରେ ନିବେଦନ କରିଛନ୍ତି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/29/img-20250628-wa0340-2025-06-29-17-38-50.jpg)