ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ):ମୟୂରଭଞ୍ଜଜିଲ୍ଲା ଦେଇ ଯାଇଥିବା ଟାଟା-ବାଦାମପାହାଡ଼ ରେଳପଥର ବିଭିନ୍ନ ସ୍ଥାନରେ ଗଳାପୋଲଗୁଡ଼ିକ ନିର୍ମାଣ କରାଯାଇଛି। କିନ୍ତୁ ସେଗୁଡ଼ିକରେ ଆଲୋକୀକରଣ କରାଯାଇନଥିବାରୁ ପଥଚାରୀମାନେ ହନ୍ତସନ୍ତ ହେଉଛନ୍ତି।
ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ବଡମଉଦା ଗ୍ରାମକୁ ଯିବା ପାଇଁ ଥିବା ରେଳଧାରଣା ତଳ ଦେଇ ଗଳାପୋଲରେ ଆଲୋକ ବ୍ୟବସ୍ଥା ନିମନ୍ତେ ବଡ଼ମଉଦା ଓ ହାତିଆ ଗ୍ରାମ ପଂଚାୟତବାସୀ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କଠାରୁ ପ୍ରକାଶ ଯେ ରେଳ ବିଭାଗ ଦ୍ଵାରା ନିର୍ମିତ ଭକ୍ତ ଗଳାପୋଲର ନିର୍ମାଣଶୈଳୀରେ ବୈଷୟିକ ତ୍ରୁଟି ଥିବାର ଦୁଇ ପଂଚାୟତବାସୀ ବାରମ୍ବାର ରେଳ ବିଭାଗ ଅଧିକାରୀମାନଙ୍କୁ ଅଭିଯୋଗ କରିଥିଲେ। ମାତ୍ର ସମ୍ପୃକ୍ତ ଠିକା ସଂସ୍ଥା ଯେନତେନ ପ୍ରକାରେ ଭକ୍ତ ଗଳାପୋଲ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କରି ମୁଖ୍ୟ ଫାଟକଟି ରେଳ ବିଭାଗ ଦ୍ୱାରା ବନ୍ଦ କରାଯାଇ ରକ୍ତ ଗଳାପୋଲରେ ଯାନବାହାନ ଯାତାୟାତ ଲାଗି ଖୋଲି ଦିଆଯାଇଥିଲା।
୨୦୨୪ ଜୁନ ମାସରେ ଲଘୁଚାପ ଜନିତ ବର୍ଷାରେ ଭକ୍ତ ପୋଲରେ ୮ରୁ ୧୦ ଫୁଟ ବର୍ଷା ପାଣି ଜମି ରହିବାରୁ ରକ୍ତ ଦୁଇ ପଂଚାୟତକୁ ଯତାୟତ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଗ୍ରାମବାସୀମାନେ ବାଧ୍ୟ ହୋଇ ଟାଟା-ବାଦାମପାହାଡ଼ ଭାୟା ଗୋରୁମହିଷାଣୀ ମେମୁ ପ୍ୟାସେଞ୍ଜର ଟ୍ରେନକୁ ରକ୍ତ ଫାଟକ ନିକଟରେ ୫ ଘଣ୍ଟାରୁ ଅଧିକ ସମୟ ଅଟକ ରଖିବା ପରେ ରେଳ ବିଭାଗର ଉଚଚପଦସ୍ଥ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ରେଳ ଫାଟକକୁ ଖୋଲା ଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଦ୍ଵାରା ଚାଳିତ ଓଏସଆରଟିସି (ଲକ୍ଷ୍ମୀ) ବସ୍ ଉକ୍ତ ପୋଲ ମଧ୍ୟ ଦେଇ ଯିବା ଆସିବା କରି ନ ପାରିବାରୁ ଗ୍ରାମବାସୀ ପୁନଶ୍ଚ ଅଭିଯୋଗ କଲେ।
ଅଭିଯୋଗ ପରେ ଦକ୍ଷିଣ-ପୂର୍ବ ରେଳପଥ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନ ଡିଆରଏମ ତରୁଣ ହରିଆ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଇରଙ୍ଗପୁର ତହସିଲଦାରଙ୍କ ଉପସ୍ଥିତିରେ ସରଜମୀନ ତଦନ୍ତ କରି କେବଳ ଲକ୍ଷ୍ମୀ ବସ ଓ ଭାରୀଯାନ ରେଳ ଫାଟକ ଦେଇ ଯାତାୟତ କରିବା ଏବଂ ଅନ୍ୟ ସମସ୍ତ ଯାନବାହାନ ଗଳାପୋଲ ଦେଇ ଯାତାୟାତ କରିବା ପାଇଁ ଅନୁମତି ଦେଇଥିଲେ।
/sambad/media/media_files/2025/05/31/img-20250531-wa0332-415314.jpg)
ବିଡ଼ମ୍ବନାର ବିଷୟ ଯେ ରକ୍ତ ଗଳାପୋଲରେ ଆଲୋକର ବନ୍ଦୋବସ୍ତ ନଥୁବାରୁ ଅନ୍ଧାର ହୋଇ ରହିଥାଏ। ପଥଚାରୀ ଓ ସାଇକେଲ ଆରୋହୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ପୋଲଟି ଜନ ବସତିଠାରୁ ଦୂରରେ ଅବସ୍ଥିତ ଥିବାରୁ ଅନ୍ଧାରର ସୁଯୋଗ ନେଇ ଭବିଷ୍ୟତରେ ଚୋରି ଛିନତାୟୀ ପରି ଅଘଟଣ ଘଟିବାର ଗ୍ରାମବାସୀମାନେ ଆଶଙ୍କା କରୁଛନ୍ତି। ଏହାବ୍ୟତୀତ ଅନ୍ଧାର ରହୁଥିବାରୁ ଅଧିକାଂଶ ସମୟରେ ଦୁଇ ଓ ଚାରି ଚକିଆ ଯାନ ତଥା ସାଇକେଲ ଆରୋହୀଙ୍କ ମଧ୍ୟରେ ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହେଉଛି। ବାଦାମପାହାଡ଼ ଷ୍ଟେସନ୍ ନିକଟରେ ଥିବା ଗଳାପୋଲ, ବହଳଦା ରୋଡ଼ ଷ୍ଟେସନ ନିକଟରେ ଥିବା ଗଳାପୋଲ ଗୁଡିକରେ ଆଲୋକୀକରଣ କରାଯାଇନଥିବାରୁ ସୂର୍ଯଅସ୍ତପରେ ସଂପୂଣ୍ଣ ଅନ୍ଧକାର ହୋଇଯାଉଛି। ଏଣୁ ଯଥାଶୀଘ୍ର ଉକ୍ତ ପୋଲ ଗୁଡିକରେ ଆଲୋକ ବ୍ୟବସ୍ଥା କରିବା ପାଇଁ ଦାବି ହେଉଅଛି।
Indian Railways | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/05/31/rairang-rail-bridge-673172.jpg)