ଘୁ.ଉଦୟଗିରି: ଭାରତ ସ୍ୱାଧୀନତା ହେବାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ବହୁ ଅଂଚଳ ଆଜିବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ। ଯାହା ପାଇଁ ଏହି ଜିଲ୍ଲାର ବାସୀନ୍ଧା ଏକ ପ୍ରକାର ଅଭିଶପ୍ତ ଜୀବନଯାପନ କରୁ ଥିବା ଅନେକ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ବାରମ୍ବାର ପ୍ରଶାସନ ପାଖରେ ଦାବି କରିବା ସତ୍ତ୍ବେ  ମଧ୍ୟ ସରକାରୀ ବାବୁଙ୍କ ଅଣଦେଖା ଓ ଅବହେଳା ଯୋଗୁଁ ମୌଳିକ ସୁବିଧା ପାଉଇବାରୁ ବଞ୍ଚିତ ହେଉ ଥିବା ଅଭିଯୋଗ ମଧ୍ୟ ହୋଇ ଆସୁଛି। ହେଲେ ମଧ୍ୟ ପ୍ରଶାସନର ତତ୍ପରତା ଶୂନ୍ୟ। ନିର୍ବାଚନ ପରେ ନିର୍ବାଚନ ଅନୁଷ୍ଠିତ ହେଉଛି। କିନ୍ତୁ କନ୍ଧମାଳବାସୀଙ୍କ ଭାଗ୍ୟରେ ପରିବର୍ତ୍ତନ ହେଉନ ଥିବା ଦେଖୁବାକୁ ମିଳୁଛି।

Advertisment

ଜିଲ୍ଲାର ଟିକାବାଲି ବ୍ଲକ ବୁର୍ବି ନାଜୁ ଗ୍ରାମପଞ୍ଚାୟତ ଅଧିନସ୍ଥ ପେନା ବିଡ଼ା, ବୁର୍ବୀ, ମିଦାବାଲି, ପେନାବିଡ଼ା, ପକାରୀ, ତଲାଉସୁଗ ଗ୍ରାମ। ଜନସଂଖ୍ୟା ପ୍ରାୟ ୨୦୦୦ ହଜାରରୁ ଊର୍ଦ୍ଧ୍ବ ହେବ। ହେଲେ ବର୍ତ୍ତମାନ ସୁଦ୍ଧା ଏହି ଗ୍ରାମର ବାସିନ୍ଦା ସରକାରୀ ମୌଲିକ ସୁବିଧା ପାଇବାରୁ ବଞ୍ଚିତl ଏହି ଅଞ୍ଚଳବାସୀଙ୍କ ଯାତାୟାତ ପାଇଁ ପକ୍କା ରାସ୍ତା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇ ପାରିନାହିଁ, ଯାହା ପାଇଁ ଅଞ୍ଚଳବାସୀ ବିଭିନ୍ନ ଜରୁରୀ କାର୍ଯ୍ୟ ଓ ସ୍ୱାସ୍ଥ୍ୟ ସେବା ପାଇବାରେ ବଞ୍ଚିତ ହେଉ ଥିବା ଦେଖା ଦେଇଛିl ସେହି ପରି ଛାତ୍ରଛାତ୍ରୀ ବର୍ଷା ଦିନ ହେଲେ ସ୍କୁଲ ଓ କଲେଜ ଯିବାରୁ ବଞ୍ଚିତ ହେବା ସହ ଗର୍ଭବତୀ ମହିଳାଙ୍କ ଓ ରୋଗୀ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉ ଥିବା କହିଛନ୍ତି। ପେନାବିଡ଼ା ଗ୍ରାମର ପୂର୍ବତ୍ତନ ୱାର୍ଡ ମେମ୍ବର ବସୁନାଥ ପ୍ରଧାନl

ଏନେଇ ଅଞ୍ଚଳବାସୀ ଫୁଲବାଣୀ ଠାରେ ଗତବର୍ଷ ଜୁନ ୧୬ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଅନୁଷ୍ଠିତ ଜଣାଶୁଣାଣିରେ ଟିକେଟ ନମ୍ବର ଡିଏମ- ୨୦୨୩୨୫୬୯୧୨, ଜିଲ୍ଲାପାଳଙ୍କ ଠାରେ ୟୁନିକ ଆଇଡି ନମ୍ବର ୨୨୦୭୨୦୨୪୦୮୮ ସହ ସାଂସଦଙ୍କ ପାଖରେରେ ମଧ୍ୟ ରାସ୍ତା ପାଇଁ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପତ୍ରକୁ ସରକାର ପାଇ ଥିବା ସ୍ପଷ୍ଟ କରି ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଜନ ଯନ୍ତ୍ରୀ କାର୍ତ୍ତିକେଶ୍ବର ସାହୁଙ୍କ ସ୍ଵାକ୍ଷର ଥିବା ଗତବର୍ଷ ଅକ୍ଟୋବର ୭ରେ ଲିଖିତ ଚିଠି ମଧ୍ୟ ପାଇ ଥିବା ପୂର୍ବତ୍ତନ ୱାର୍ଡ ମେମ୍ବର ସୂଚନା ଦେଇଛନ୍ତି।  ହେଲେ ତାହା ସରକାରୀ ଫାଇଲ ତଳେ ରହି ଯାଇଛି।

ଏହି ପ୍ରତି ସରକାର ଦୃଷ୍ଟି ଦେବା ସହ ରାସ୍ତା ନିର୍ମାଣ ସକାଶେ ଉଦ୍ୟମ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବାରମ୍ବାର ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅବଗତ କରି ଥିଲେ ସୁଦ୍ଧା କୌଣସି ସୁଫଳ ମିଳିନ ଥିବା କହିଛନ୍ତି ଅଂଚଳବାସୀ।  ଏହି ରାସ୍ତା ନିର୍ମାଣ ପେନା ବିଡ଼ା, ବୁର୍ବୀ, ମିଦାବାଲି, ପେନାବିଡ଼ା, ପକାରୀ, ତଲାଉସୁଗ ଗ୍ରାମର ବାସୀନ୍ଧା ଉପକୃତ ହେବା ସହ ଗିରୁଟି, କଟଡ଼ି ଓ ଗୁଟିଙ୍ଗିଆ ସହ ଯୋଗାଯୋଗ ସ୍ଥାପନ ହୋଇ ପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି।

ପ୍ରଶାସନର ଅବହେଳା ଓ ଅଣଦେଖା ଯୋଗୁଁ ଅଞ୍ଚଳବାସୀ ବର୍ଷା ଦିନରେ ଚାଲିବା ପାଇଁ ନିଜ ଖର୍ଚ୍ଚରେ ରାସ୍ତା ମରାମତି କରି ଥିବା କହିଛନ୍ତି ପୂର୍ବତ୍ତନ ୱାର୍ଡମେମ୍ବର। ବର୍ତ୍ତମାନ ଏହି ଗ୍ରାମ ଗୁଡ଼ିକକୁ ଯିବା ପାଇଁ ହେଲେ ଟୁଡୁବାଲି ଠାରୁ ଅତି ଦୁର୍ଗମ ରାସ୍ତା ଦେଇ ଯିବାକୁ ପଡ଼ିଥାଏ।

ଏନେଇ ଆମ ପ୍ରତିନିଧି ବୁର୍ବୀ ନାଜୁ ସରପଞ୍ଚ ସଲିମା ପ୍ରଧାନଙ୍କ ପ୍ରତିକ୍ରିୟା ଫୋନ ମାଧ୍ୟମରେ ନେଇଥିଲେl ଟିକେଶ ମାହାଛକ ଠାରୁ ତଲାଉସୁଗା ପର୍ଯ୍ୟନ୍ତ ପାଖାପାଖି ୭କିମି ରାସ୍ତା ନିର୍ମାଣ ପାଇଁ ଆରଡିକୁ କାର୍ଯ୍ୟାଳୟକୁ ଲିଖିତ ଭାବେ ଅନୁରୋଧ କରାଯାଇଛି। କିନ୍ତୁ କାର୍ଯ୍ୟାଳୟ ପକ୍ଷରୁ କୌଣସି ଲିଖୁତ ଚିଠି ଆମର ହସ୍ତଗତ ହୋଇ ନାହିଁ ବୋଲି ସରପଞ୍ଚ ପ୍ରତିକ୍ରିୟା ଦେଇଛନ୍ତି। ଯଦି ପ୍ରଶାସନ ଅଞ୍ଚଳବାସୀଙ୍କ ଦାବି ପ୍ରତି ଗୁରୁତ୍ୱ ନ ଦିଅନ୍ତି ତାହା ହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ବସୁନାଥ ପ୍ରଧାନ, ପ୍ରତାପ ପ୍ରଧାନ, ପ୍ରଫୁଲ୍ଲ ଦିଗାଲ, ରଞ୍ଜିତ ଦିଗାଲ, ବିଜୟ କୁମାର ପ୍ରଧାନ, ଦିଲୀପ ପ୍ରଧାନ, ରମାକାନ୍ତ ପ୍ରଧାନ, ବାଳକୃଷ୍ଣ ପ୍ରଧାନ, ସାଧୁ ପ୍ରଧାନ, ଗୋପୀନାଥ ପ୍ରଧାନ, ଗଣପତି ପ୍ରଧାନ, ବିଶ୍ୱନାଥ ପ୍ରଧାନ, ସୁନୀଲ ପ୍ରଧାନ, ଦମଦର ପ୍ରଧାନ, ରାଧାନାଥ ମଳିକ, ଦେବ ନାଥ ପ୍ରଧାନ, ଲଙ୍କେଶ୍ୱର ମଳିକଙ୍କ ସମେତ ସମସ୍ତ ଗ୍ରାମବାସୀ ନିଜ ମୌଳିକ ଅଧିକାର ପାଇଁ ଆନ୍ଦୋଳନ କରାଯିବ ବୋଲି ଚେତାଵନୀ ଦେଇଛନ୍ତି।