ରାଇରଙ୍ଗପୁର/ଗୋରୁମହିଷାଣି: ଚଳିତ ବର୍ଷ ଅନାବୃଷ୍ଟି ଓ ପ୍ରବଳ ଗରମ ହେଉଥିବାରୁ ବିରଳ ପ୍ରଜାତି ବାଦୁଡ଼ିମାନଙ୍କ ଜୀବନ ବିପନ୍ନ ହୋଇ ପଡିଛି। କିଛିଦିନ ଧରି ଟାଣ ଖରା ଯୋଗୁଁ ଅନେକ ବାଦୁଡି ମରି ଯାଉଥିବା ଲକ୍ଷ୍ୟ କରାଯାଉଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଗୋରୁମହିଷାଣି ରେଳ ଷ୍ଟେସନ୍ ଓ ଫରେଷ୍ଟ ଅଫିସ୍ ପାଖରେ ଥିବା ବଡ଼ବଡ଼ ଗଛରେ ଲକ୍ଷଲକ୍ଷ ବାଦୁଡ଼ି ବହୁ ବର୍ଷ ହେଲା ରହି ଆସୁଛନ୍ତି।
ପୂର୍ବରୁ ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ଯୋଗୁଁ ବାଦୁଡ଼ିମାନେ ମରି ପଡ଼ିଥିଲେ, ଯାହା ଫଳରେ ବନ ବିଭାଗ ଓ ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ ପ୍ରା.ଲି ଲୌହ ଖଣି ପକ୍ଷରୁ ପାଣି ସିଞ୍ଚନ କରାଯାଉଥିଲା। ପାଣି ସିଞ୍ଚନ ହେବା ବାଦୁଡ଼ିଙ୍କ ମୃତ୍ୟୁ ହେଉନଥିଲା।
ତେବେ ଚଳିତ ବର୍ଷ ଅସହ୍ୟ ଗରମ ହେଉଥିଲେ ମଧ୍ୟ ଜଳ ସିଞ୍ଚନ ହୋଇ ନଥିବାରୁ ଉକ୍ତ ଗଛ ଗୁଡ଼ିକରୁ ମଲା ବାଦୁଡ଼ି ପଡୁଥିବା ଦେଖିବାକୁ ମିଳୁଛି। ଏଣୁ ଯଥାଶୀଘ୍ର ବନ ବିଭାଗ, ଅଗ୍ନିଶମ ବିଭାଗ କିମ୍ବା ଲୌହଖଣି ତରଫରୁ ପାଣି ସିଞ୍ଚନ କରିବାକୁ ଦାବି ହେଉଛି।
ଏତେ ମାତ୍ରାରେ ଗରମ ଓ ଟାଣ ଖରା ହେଉଥିବାରୁ ସବୁ ଅଞ୍ଚଳରେ ପାଣି ପକାଇବା ସମ୍ଭବପର ହୋଇ ପାରୁନାହିଁ। ଏହାଛଡ଼ା ଶିମିଳିପାଳ ଓ ଅନ୍ୟ ଜଙ୍ଗଲର ବନ୍ୟଜନ୍ତୁ ପାଣି ଅଭାବରୁ ଗ୍ରାମାଭିମୁଖୀ ହେଉଥିବାର ଜଣାପଡ଼ିଛି। ବଣ ଜଂଗଲରେ ଅନେକ ନଦୀ ଝରଣା, ପୋଖରୀ ସବୁ ଶୁଷ୍କ ହୋଇ ପଡିଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ଆଗାମୀ ଦିନରେ ବର୍ଷା କିମ୍ବା ତାପମାତ୍ରାର ହ୍ରାସ ନ ହେଲେ ଅନେକ ଜୀବଜନ୍ତୁ ଜୀବନ ବିପନ୍ନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
Mayurbhanj | Punascha Pruthibi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/17/kaWf99WfaeU6YJVbDmBw.jpg)