ରାୟଗଡ଼ା: ଆସନ୍ତାକାଲି ରାୟଗଡ଼ା ପୌରପରିଷଦର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଦେବାକୁ ପ୍ରଶାସନ ତାରିଖ ଧାର୍ଯ୍ୟ କରିଥିବା ବେଳେ ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ପୌର (ସଂଶୋଧନ) ନିୟମ ୨୦୧୮ର ନିୟମ ୪୬ଖ ଦ୍ୱାରା  ଦିଆଯାଇଥିବା କ୍ଷମତା ବ୍ୟବହାର କରି ଦଳୀୟ କାଉନସିଲରଙ୍କୁ ଦଳୀୟ ପତ୍ର ମାଧ୍ୟମରେ ହ୍ବିପ  ଜାରି କରିଛନ୍ତି।  ଶ୍ରୀ ପଟ୍ଟନାୟକ ହ୍ବିପ ଜାରି କରି କହିଛନ୍ତି,  ରାୟଗଡ଼ା ପୌରପାଳିକାର ସମସ୍ତ ନିର୍ବାଚିତ ବିଜେଡି କାଉନସିଲରମାନେ, ରାୟଗଡ଼ା ପୌରପାଳିକାର ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆସନ୍ତା ୯ ତାରିଖ ଦିନ  ରାୟଗଡ଼ା ପୌରପାଳିକା କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଉପସ୍ଥିତ ରହିବେ ଏବଂ ରାୟଗଡ଼ା ପୌରପାଳିକାର ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେବେ। ଯେକୌଣସି ନିର୍ବାଚିତ ବିଜେଡି କାଉନସିଲରଙ୍କ ଦ୍ୱାରା ଉପରୋକ୍ତ ହ୍ୱିପ୍ ରେ ଲାଗୁ ହୋଇଥିବା ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ, ସେମାନଙ୍କ ପକ୍ଷରୁ ଦଳୀୟ ହ୍ୱିପ୍ ର ଇଚ୍ଛାକୃତ ଉଲ୍ଲଂଘନ ଭାବରେ ଧରାଯିବ ଏବଂ ଓଡ଼ିଶା ପୌରପାଳିକାର ନିୟମ ୪୬ଖ ଅନୁଯାୟୀ ନିର୍ବାଚିତ ସଦସ୍ୟଙ୍କ ବିରୁଦ୍ଧରେ ଉପଯୁକ୍ତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏଥି ସହିତ ରାୟଗଡା ଜିଲ୍ଲା ବିଜେଡି ସଭାପତି  ଜଗନ୍ନାଥ ସାରକାଙ୍କୁ  ପୌରପାଳିକାର ସମସ୍ତ ନିର୍ବାଚିତ ବିଜୁ ଜନତା ଦଳ କାଉନସିଲରଙ୍କ ଉପରେ ଏହି ହ୍ୱିପ୍ ଜାରି କରିବା, ରେକର୍ଡ ରଖିବା ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସର ପ୍ରଦାନ କରାଯାଇଥିବା କପିକୁ ଦଳୀୟ କାର୍ଯ୍ୟାଳୟକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ସମେତ ପୂର୍ବତନ ରାୟଗଡ଼ା ବିଧାୟକ ଲାଲାବିହାରୀ ହିମିରିକା ତୃଣମୂଳ ସ୍ତରରେ ଏବଂ କର୍ମୀମାନଙ୍କ ମତକୁ ପ୍ରାଧାନ୍ୟ ନଦେଇ ରାଜ୍ୟ ସଂଗଠନ ମନମୁଖୀ କାର୍ଯ୍ୟ ବାରମ୍ବାର କରି ନିଷ୍ପତ୍ତି ଗ୍ରହଣ କରୁଥିବାରୁ  ଏହାକୁ ବିରୋଧ କରି ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି। ପୂର୍ବତନ ସାଂସଦ ଶ୍ରୀ ରାଓ ବିଜୁ ସ୍ବାଭିମାନ ମଞ୍ଚ ନାମକ ଏକ ସଂଗଠନ ଗଠନ କରି ଲୋକଙ୍କ ପାଖକୁ ଯାଉଥିବା ଦେଖିବାକୁ ମିଳୁଛି। ଆସନ୍ତାକାଲି କାଉନସିଲରମାନେ ଦଳୀୟ ହ୍ବିପ ମାନିବେ ନା ଭାସ୍କର ରାଓଙ୍କ ସହ ରହିବେ ତାହା ସ୍ପଷ୍ଟ ହୋଇଯିବ।

ତେବେ ବିଜେଡି ସମର୍ଥିତ ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ନେଇ ରାଜନୀତି ଜୋର ଧରିଛି। ପୂର୍ବରୁ ବିଜେଡି ଦଳ ପକ୍ଷରୁ  ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବିଜେଡିର ୧୯ ଜଣ କାଉନସିଲରଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା ।  

ସୂଚନାଯୋଗ୍ୟ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ବିଜେଡି କାଉନସିଲରମାନଙ୍କୁ ଅଣଦେଖା କରି ଆସୁଥିବା ଓ କୌଣସି କାମରେ ସହଯୋଗ କରୁ ନଥିବା ଅଭିଯୋଗ କରି ବିଜେଡିର ୧୯ ଜଣ କାଉନସିଲର ଗତ ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ବିଚାରକୁ ନେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶକ୍ରମେ ଗତ ୨୦ ତାରିଖରେ ଉପଜିଲ୍ଲାପାଳ ରମେଶ ଜେନା ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା କାଉନସିଲରମାନଙ୍କ ଦସ୍ତଖତ ଯାଞ୍ଚ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟକୁ ଆଧାର କରି ଜିଲ୍ଲାପାଳ ଅକ୍ଟୋବର ୯ରେ ଭୋଟିଂ ଗ୍ରହଣ ନିମନ୍ତେ ସ୍ଥିର କରିଥିଲେ। ସମସ୍ତ କାଉନସିଲର ଏବେ ରାୟଗଡ଼ା ବାହାରେ ରହିଛନ୍ତି ।

ଏଠାରେ ସୂଚନାଯୋଗ୍ୟଯେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ସମେତ ପୂର୍ବତନ ରାୟଗଡ଼ା ବିଧାୟକ ଲାଲାବିହାରୀ ହିମିରିକା ତୃଣମୂଳ ସ୍ତରରେ ଏବଂ କର୍ମୀମାନଙ୍କ ମତକୁ ପ୍ରାଧାନ୍ୟ ନଦେଇ ରାଜ୍ୟ ସଂଗଠନ ମନମୁଖୀ କାର୍ଯ୍ୟ ବାରମ୍ବାର କରି ନିଷ୍ପତ୍ତି ଗ୍ରହଣ କରୁଥିବାରୁ  ଏହାକୁ ବିରୋଧ କରି ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି। ପୂର୍ବତନ ସାଂସଦ ଶ୍ରୀ ରାଓ ବିଜୁ ସ୍ବାଭିମାନ ମଞ୍ଚ ନାମକ ଏକ ସଂଗଠନ ଗଠନ କରି ଲୋକଙ୍କ ପାଖକୁ ଯାଉଥିବା ଦେଖିବାକୁ ମିଳୁଛି। ଆସନ୍ତାକାଲି କାଉନସିଲରମାନେ ଦଳୀୟ ହ୍ବିପ ମାନିବେ ନା ଭାସ୍କର ରାଓଙ୍କ ସହ ରହିବେ ତାହା ସ୍ପଷ୍ଟ ହୋଇଯିବ।