ଭୁବନେଶ୍ବର: ନିକଟରେ ବିଜେଡି ଛାଡ଼ିଛନ୍ତି ତିନିଜଣ ତୁଙ୍ଗ ନେତା। ଏମାନେ ଏକଦା ନବୀନଙ୍କ ଅତ୍ୟନ୍ତ ବିଶ୍ବସ୍ତ ଥିଲେ, ଯେଉଁ କାରଣରୁ ଜଣଙ୍କୁ ବିଜେଡି ରାଜ୍ୟସଭା ପଠାଇଥିଲା। ଆଉ ଜଣେ ଥରେ ମନ୍ତ୍ରୀ ହୋଇଥିଲେ ଏବଂ ଶେଷଜଣଙ୍କ ଲଗାତାର ଦଶ ବର୍ଷ ଯାଏ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ଏହି ତିନିଜଣ ହେଲେ ଏନ୍ ଭାସ୍କର ରାଓ, ଲାଲ୍ ବିହାରୀ ହିମିରିକା ଓ ପ୍ରଫୁଲ୍ଲ କୁମାର ମଲ୍ଲିକ। ଆଉ ଯଦି ଛାତ୍ର ନେତା ହରିଶଙ୍କର ରାଉତଙ୍କୁ ଏହି ଶ୍ରେଣୀଭୁକ୍ତ କରିବା ,ତେବେ ଏମାନଙ୍କ ସଂଖ୍ୟା ୪ ହେବ। ଏମାନେ ଯେ ବିଜେଡି ଛାଡ଼ିବେ କେହି କଳ୍ପନା ବି କରିନଥିଲେ। କିନ୍ତୁ ଘଟଣାଚକ୍ର ଏମିତି ହେଲା ଯେ ଏମାନଙ୍କୁ ବିଜେଡି ଛାଡ଼ିବାକୁ ପଡ଼ିଛି। ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ତ ବିଜେଡି ଠିକ୍ ଭାବେ ବିରୋଧୀ ଦଳର ଭୂମିକା ନିଭାଉନଥିବାର ଅଭିଯୋଗ ଆଣି ଦଳର କାର୍ଯ୍ୟକ୍ରମରୁ ଦୂରେଇ ଯାଇଥିଲେ। କିନ୍ତୁ ଏନ୍ ଭାସ୍କର ରାଓ ଓ ଲାଲ୍ ବିହାରୀ ହିମିରିକା ବିଜେଡି ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ କରି ଦଳ ଛାଡ଼ିଛନ୍ତି। ଛାଡ଼ନ୍ତୁ ସେ କଥା ଭିତରକୁ ଅଧିକ ଯିବାର ଆବଶ୍ୟକତା ନାହିଁ।
ଭାସ୍କର, ହିମିରିକା ଓ ପ୍ରଫୁଲ୍ଲଙ୍କ ପରେ କାହା ପାଳି ପଡ଼ିବ। କେଉଁ ବଡ଼ ନେତା ବିଜେଡି ଛାଡ଼ିବେ, ବା କାହାକୁ ଦଳରୁ ବିଦା କରାଯିବ? ଏବିଷୟ ଆଲୋଚନା କରିବା ସବୁଠାରୁ ଆଗରେ ଅଛନ୍ତି ଭୂପିନ୍ଦର ସିଂହ। କଳାହାଣ୍ଡି ଜିଲ୍ଲାର ଜଣାଶୁଣା ଭୂପିନ୍ଦର ସିଧାସଳଖ ଭାବେ ଏକାଧିକବାର କହିସାରିଲେଣି ସେ ବିଜେଡି ଛାଡ଼ିବେ। ଏପରିକି କଂଗ୍ରେସକୁ ଫେରିବାର ଆକଳନ ବି ଜୋର୍ ଧରିଛି। କିନ୍ତୁ ତଥ୍ୟାଭିଜ୍ଞ ମହଲରୁ ଜଣାଯାଏ ଯେ ଏଭଳି ପ୍ରଚାର କରି ସେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବା ଲାଗି ଦଳ ଉପରେ ଚାପ ପକାଉଛନ୍ତି। ଯଦି ସେଥିରେ ସେ ସଫଳ ନ ହୁଅନ୍ତି, ତେବେ ହୁଏତ ବିଜେଡି ଛାଡ଼ିପାରନ୍ତି।
ଆଲୋଚ୍ୟ ପ୍ରସଙ୍ଗ ହେଲା ଭାସ୍କର, ହିମିରିକା ଓ ପ୍ରଫୁଲ୍ଲଙ୍କ ପରେ କାହା ପାଳି ପଡ଼ିବ। କେଉଁ ବଡ଼ ନେତା ବିଜେଡି ଛାଡ଼ିବେ, ବା କାହାକୁ ଦଳରୁ ବିଦା କରାଯିବ? ଏବିଷୟ ଆଲୋଚନା କରିବା ସବୁଠାରୁ ଆଗରେ ଅଛନ୍ତି ଭୂପିନ୍ଦର ସିଂହ। କଳାହାଣ୍ଡି ଜିଲ୍ଲାର ଜଣାଶୁଣା ଭୂପିନ୍ଦର ସିଧାସଳଖ ଭାବେ ଏକାଧିକବାର କହିସାରିଲେଣି ସେ ବିଜେଡି ଛାଡ଼ିବେ। ଏପରିକି କଂଗ୍ରେସକୁ ଫେରିବାର ଆକଳନ ବି ଜୋର୍ ଧରିଛି। କିନ୍ତୁ ତଥ୍ୟାଭିଜ୍ଞ ମହଲରୁ ଜଣାଯାଏ ଯେ ଏଭଳି ପ୍ରଚାର କରି ସେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବା ଲାଗି ଦଳ ଉପରେ ଚାପ ପକାଉଛନ୍ତି। ଯଦି ସେଥିରେ ସେ ସଫଳ ନ ହୁଅନ୍ତି, ତେବେ ହୁଏତ ବିଜେଡି ଛାଡ଼ିପାରନ୍ତି। କାରଣ ଗତ ଥର ତାଙ୍କୁ ବିଜେଡି ବିଧାନସଭା ଟିକେଟ୍ ଦେଇନଥିଲା। ଦେଖାଯାଉ, ଭୂପିନ୍ଦର ସିଂହଙ୍କ କ୍ଷେତ୍ରରେ କ’ଣ ଘଟୁଛି?
ତେଣେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାମ ବି ମନକୁ ଆସୁଛି। ସେ ଦଳରେ ଥାଇ ନଥିବା ଭଳି ମନେ ହେଉଛି। ସେ ବି ନେତୃତ୍ବ ବିରୋଧରେ ମୁହଁ ଖୋଲିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା। ଏଣୁ ସେ ଅସନ୍ତୁଷ୍ଟ ରହିବା ସ୍ବାଭାବିକ। ଏମିତି ବି ଆକସ୍ମିକ ଭାବେ ବି କାହାରି ନାମ ଏହି ତାଲିକାରେ ଆସିପାରେ। ବିଜେଡି ଏବେ କ୍ଷମତାରେ ନଥିବା କାରଣରୁ ଦଳରେ କାହା ପାଳି ଆଗ ପଡ଼ିବ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/13/new-project-1-2025-09-13-13-11-07.jpg)