ମାଲକାନଗିରି: ପାରିବାରିକ କଳହର କରୁଣ ପରିଣତି। ପତ୍ନୀ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ତାମିଲ କ୍ୟାମ୍ପ ଛକ ନିକଟରେ। କୌଣସି କାରଣକୁ ନେଇ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥିଲା। ପତ୍ନୀ ରାଗିଯାଇ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ହୋଇଛନ୍ତି।

Advertisment

ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ପତି ଓ ପତ୍ନୀ 

ପତ୍ନୀ ମଧୁରୀ କଚିମଙ୍କ ୭୦ ଭାଗ ପୋଡ଼ି ଯାଇଥିବା ବେଳେ ସ୍ୱାମୀ ନରେଦ୍ର କଚିମ ମଧ୍ୟ ନିଆଁର ଶିକାର ହୋଇ ପୋଡ଼ିଛନ୍ତି। ପଡ଼ୋଶୀ ଏହି ଦମ୍ପତିଙ୍କ ଉଦ୍ଧାର କରି ମାଲକାନଗିରି ଚିକିତ୍ସାଳୟକୁ ନେଇଥିଲେ।

ଆହୁରି ପଢ଼ନ୍ତୁ:Reaction Bjd-Leader-Debasish-Samantray ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି: ଦେବାଶିଷ ସାମନ୍ତରାୟ

ପତି ଓ ପତ୍ନୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।