ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ହରି ଓଁ କଲୋନୀରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବାର ଅଭିଯୋଗ ହୋଇଛି।

Advertisment

ପାରିବାରିକ କହଳକୁ ନେଇ ଗତ ରାତିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ସ୍ବାମୀ ଧ୍ରୁବ କେରକେଟାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ସ୍ତ୍ରୀ ଉର୍ମିଳା କେରକେଟା। ନିଜେ ମେଡିକାଲ ଯାଇ ଘଟଣାକୁ ଅନ୍ୟମୋଡ଼ ଦେବା ପାଇଁ ଯୋଜନା କରୁଥିଲେ ମହିଳା। ହେଲେତାଙ୍କର ହାବଭାବ ଦେଖି ମେଡିକାଲ କର୍ମଚାରୀମାନେ ସନ୍ଦେହ କରିଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସ୍ତ୍ରୀ ଉର୍ମିଳା କେରକେଟାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ,ପାରିବାରିକ କହଳକୁ ନେଇ ଗତ ରାତିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ସ୍ବାମୀ ଧ୍ରୁବ କେରକେଟାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ସ୍ତ୍ରୀ ଉର୍ମିଳା କେରକେଟା। ନିଜେ ମେଡିକାଲ ଯାଇ ଘଟଣାକୁ ଅନ୍ୟମୋଡ଼ ଦେବା ପାଇଁ ଯୋଜନା କରୁଥିଲେ ମହିଳା। ହେଲେତାଙ୍କର ହାବଭାବ ଦେଖି ମେଡିକାଲ କର୍ମଚାରୀମାନେ ସନ୍ଦେହ କରିଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସ୍ତ୍ରୀ ଉର୍ମିଳା କେରକେଟାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ତଳସରା ଥାନା ଯାଇସର ଅଞ୍ଚଳର ଧ୍ରୁବ କେରକେଟା ଏବଂ ତାଙ୍କ ସ୍ତ୍ରୀ ଉର୍ମିଳା କେରକେଟା ଏଠାରେ ଭଡ଼ାରେ ରହୁଥିଲେ। ପ୍ରାଥମିକ ତଦନ୍ତରୁ ଏହି ହତ୍ୟା ପଛରେ ଅନୈତିକ ସମ୍ପର୍କ ରହିଥିବା ଜଣାପଡ଼ିଛି। ସ୍ତ୍ରୀ ଉର୍ମିଳାଙ୍କର ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରହିଥିବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ମଧ୍ୟ ହେଉଥିଲା । ଗତ କାଲି ରାତିରେ ଦୁଇ ଜଣ ଯୁବକ ଆସି ପ୍ରଥମେ ଧ୍ରୁବ ବଙ୍କୁ ନିଦ ବଟିକା ଦେଇଥିଲେ ଏବଂ ପରେ ତଣ୍ଟି ଚିପି ହତ୍ୟା କରିଥିବା କୁଆଡେ ସ୍ତ୍ରୀ ପୁଲିସ ଆଗରେ ସ୍ବୀକାର କରିଛନ୍ତି। ତେବେ ସେ ଦୁଇ ଯୁବକ କିଏ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।