ଭୁବନେଶ୍ବର: ଦୁଇ ଦିନ ତଳେ ପିସିସି ସଭାପତି ଭକ୍ତ ଦାସ  ନୂଆପଡ଼ା ଉପନିର୍ବାଚନରେ ଗତଥରର ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି କହିଥିଲେ। ଭକ୍ତ କହିଥିଲେ, ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ୍ ଦିଆଯାଇନଥିଲା। ହେଲେ ଏବେ କିନ୍ତୁ ସର୍ବକ୍ଷମା ପରେ ସେ ନୂଆପଡ଼ା ଜିଲ୍ଲା ସଂଯୋଜକ ଅଛନ୍ତି। ଏହା ତାଙ୍କର ଏକ ରାଜନୈତିକ ଚାଲ୍ ବୋଲି କୁହାଯାଉଛି। କାରଣ କଂଗ୍ରେସ ପାଖରେ ସେଭଳି ବିଜୟୀ ସମ୍ଭାବନା ହେବାର ପ୍ରାର୍ଥୀ ନାହାନ୍ତି। ଏଣୁ ସେ ଘାସିରାମ ମାଝୀଙ୍କୁ ଆଖେଇଛନ୍ତି। ଗତ ନିର୍ବାଚନରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିବାବେଳେ, କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ୍ ପାଇଥିଲେ । ତେଣୁ କଂଗ୍ରେସର ଭୋଟ୍ ବଢ଼ିବ ବୋଲି ଭକ୍ତ ଆକଳନ କରିଛନ୍ତି। ଏଣୁ ଆଉ କାହାରିକୁ ଜିଲ୍ଲା ସଭାପତି ଦାୟିତ୍ବ ଦେଇ ଘାସିରାମଙ୍କୁ କଂଗ୍ରେସ ପ୍ରାର୍ଥୀ କରିବାର ମସୁଧାରେ ଅଛନ୍ତି ସେ।

Advertisment

 ଯଦି କଂଗ୍ରେସ ଘାସିରାମ ମାଝୀଙ୍କୁ ଟିକେଟ୍ ଦିଏ, ତେବେ ତାହା ଦଳ ପାଇଁ ଫାଇଦା ଦେବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।  କାରଣ ଆଦିବାସୀ କଲ୍ୟାଣ ସଂଘ ତାଙ୍କୁ ବିରୋଧ କରୁଛି। ଗତ ନିର୍ବାଚନ ସମୟରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିଲେ, ତାହା କେବଳ ଆଦିବାସୀ ସଂଘ ଯୋଗୁ ମିଳିଥିଲା। ସେ ଗତ ନିର୍ବାଚନ ସମୟ‌ରେ କହିଥିଲେ ଯେ ଏହା ତାଙ୍କର ଶେଷ ନିର୍ବାଚନ। ହାରିଲେ ବି ସଂଘ ସହ ରହିବେ। କିନ୍ତୁ ହାରିବା ପରେ ସେ ପୁଣି କଂଗ୍ରେସମୁହାଁ ହୋଇଥିଲେ, ଯାହାକୁ ଆଦିବାସୀ କଲ୍ୟାଣ ସଂଘ ପସନ୍ଦ କରୁନାହିଁ। ଏପରିକି ତାଙ୍କୁ ସଂଘ ଆଦିବାସୀ ସମାଜ ବିରୋଧୀ କାର୍ଯ୍ୟ ଲାଗି ଏକ ବର୍ଷ ଲାଗି ବହିଷ୍କାର କରିଥିବା ଜଣାଯାଇଛି।

ଯଦି ଆଦିବାସୀ କଲ୍ୟାଣ ସଂଘ ତାଙ୍କୁ କଂଗ୍ରେସ ଟିକେଟ୍ ପାଇବା ପରେ ବି ବିରୋଧ ଜାରି ରଖେ, ତେବେ ଘାସିରାମଙ୍କ ଲାଗି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। ଏହାଫଳରେ ସେ ଉପନିର୍ବାଚନରେ ଅମାନତ ହରାଇବେ ବୋଲି କେତେକ କହୁଛନ୍ତି। ଦେଖାଯାଉ କଂଗ୍ରେସ
ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରୁଛି କି ନା, ତାପରେ ସେ କେତେ ଭୋଟ୍ ପାଉଛନ୍ତି? ସେହି ବିଷୟରେ ଚର୍ଚ୍ଚା ହେବ। ଆଉ ଯଦି ଭକ୍ତ ନିଜ ମସୁଧାରେ ଅସଫଳ ହୁଅନ୍ତି ଏବଂ ପୁଣି ଘାସିରାମ ସ୍ବାଧୀନ ପ୍ରାର୍ଥୀ ହୁଅନ୍ତି, ତେବେ ତାହା କଂଗ୍ରେସ ପାଇଁ ପୁଣି ଘାତକ ହୋଇପାରେ ବୋଲି କୁହାଯାଉଛି।