ଭୁବନେଶ୍ବର: ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ। ପ୍ରକାରାନ୍ତରେ କହିବାକୁ ଗଲେ ଏଥି ପାଇଁ ଓଡ଼ିଶା ରାଜନୀତି ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଛି। କହିବାର ତାତ୍ପର୍ଯ୍ୟ ହେଲା ଏବେ ରାଜ୍ୟର ଶାସକ ଦଳ ମୁଖିଆ ମନମୋହନ ସାମଲ ଓ ମୁଖ୍ୟ ବିରୋଧୀ ଦଳର ମୁଖିଆ ନବୀନ ପଟ୍ଟନାୟକ ବି ନୂଆଦିଲ୍ଲୀରେ ଅଛନ୍ତି। ଖାଲି ସେତିକି ନୁହେଁ, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତା’ଛଡ଼ା ଭୋଟ୍ ଦେଉଥିବା ଉଭୟ ଦଳର ସାଂସଦମାବେ ବି ସେଠି ଅଛନ୍ତି। ଉଭୟ ଦଳ ପକ୍ଷରୁ କୌଣସି ବିଶେଷ ରଣନୀତି ପ୍ରସ୍ତୁତ ହେଉଛି କି? ଯଦି ସେଭଳି ହୁଏ ତେବେ ତାହାର ଫାଇଦା ଏନଡିଏକୁ ମିଳିବ କି ? ଏଭଳି ଚର୍ଚ୍ଚା ଏବେ ରାଜନୈତିକ ମହଲରେ ଲାଗି ରହିଛି, ଯାହା ସ୍ବାଭାବିକ ମଧ୍ୟ।

Advertisment

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ଗୌଣ ଥିଲେ ବି ଏହାର ରାଜନୈତିକ ଗୁରୁତ୍ବ ରହିଛି। ବିଶେଷ କରି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଯଦି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ଏହାର ପ୍ରଭାବ ଦଳର ତୃଣମୂଳ ସ୍ତରର କର୍ମୀଙ୍କ ଉପରେ କିଭଳି ପଡ଼ିବ ବା ପଡ଼ୁଛି, ତାହା ନିଶ୍ଚିତ ଭାବେ ଦେଖିବାର କଥା। ଏଣେ ଶାସନ କ୍ଷମତାରୁ ଯିବା ପରେ ଉପରାଷ୍ଟ୍ରପତି ନିର୍ବାଚନ ବିଜେଡି ଲାଗି ଏସିଡ୍ ଟେଷ୍ଟ ଭଳି ମନେହୁଏ। ବିଜେଡି ଯଦି କାହାରିକୁ ସମର୍ଥନ ନ କରି ଭୋଟ୍ ଦାନରୁ ବିରତ ରହେ, ତାହାକୁ ତୃଣମୂଳ ସ୍ତରର କର୍ମୀମାନେ କିଭଳି ଗ୍ରହଣ କରିବେ ତାହା ବି ଦେଖିବା ବେଶ୍ ରୋଚକ ହେବ। ତେଣେ ଯଦି ବିଜେଡି ଇଣ୍ଡି ମେଣ୍ଟ ପଟକୁ ଢଳେ (ଯଦିଓ ଏହାର ସମ୍ଭାବନା କ୍ଷୀଣ), ତେବେ ଏହାକୁ ନେଇ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବ କି? ଏହା ବି ପ୍ରଶ୍ନବାଚୀ ଘେରରେ ରହିଛି।

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ଗୌଣ ଥିଲେ ବି ଏହାର ରାଜନୈତିକ ଗୁରୁତ୍ବ ରହିଛି। ବିଶେଷ କରି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଯଦି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ଏହାର ପ୍ରଭାବ ଦଳର ତୃଣମୂଳ ସ୍ତରର କର୍ମୀଙ୍କ ଉପରେ କିଭଳି ପଡ଼ିବ ବା ପଡ଼ୁଛି, ତାହା ନିଶ୍ଚିତ ଭାବେ ଦେଖିବାର କଥା। ଏଣେ ଶାସନ କ୍ଷମତାରୁ ଯିବା ପରେ ଉପରାଷ୍ଟ୍ରପତି ନିର୍ବାଚନ ବିଜେଡି ଲାଗି ଏସିଡ୍ ଟେଷ୍ଟ ଭଳି ମନେହୁଏ। ବିଜେଡି ଯଦି କାହାରିକୁ ସମର୍ଥନ ନ କରି ଭୋଟ୍ ଦାନରୁ ବିରତ ରହେ, ତାହାକୁ ତୃଣମୂଳ ସ୍ତରର କର୍ମୀମାନେ କିଭଳି ଗ୍ରହଣ କରିବେ ତାହା ବି ଦେଖିବା ବେଶ୍ ରୋଚକ ହେବ। ତେଣେ ଯଦି ବିଜେଡି ଇଣ୍ଡି ମେଣ୍ଟ ପଟକୁ ଢଳେ (ଯଦିଓ ଏହାର ସମ୍ଭାବନା କ୍ଷୀଣ), ତେବେ ଏହାକୁ ନେଇ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବ କି? ଏହା ବି ପ୍ରଶ୍ନବାଚୀ ଘେରରେ ରହିଛି। ତେଣେ ଇଣ୍ଡି ମେଣ୍ଟ ପକ୍ଷରୁ ଯଦି ନବୀନଙ୍କୁ ନିଜପଟକୁ ନେବା ଲାଗି ବିଶେଷ ରଣନୀତି ପ୍ରସ୍ତୁତ ହୋଇଥାଏ ଓ ସେଥିରେ ସଫଳତା ମିଳେ, ତେବେ ତାହା ବି ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିବ ନିଶ୍ଚୟ। ବିଜେଡି ସଭାପତିଙ୍କ ସହ କଂଗ୍ରେସ ନା ବିଜେପି ନିକଟତର ହେଉଛି, ତାହା ହୁଏତ ଆଜି ସ୍ପଷ୍ଟ ହୋଇଯିବ।