ଭୁବନେଶ୍ବର: ଗତମାସ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ଶେଷ ହୋଇଛି। ଏହି ଅଧିବେଶନ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି। ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା। ଏହି ସମୟ ମଧ୍ୟରେ ୩୦ଟି କାର୍ଯ୍ୟଦିବସର ଆୟୋଜନ ହେବାର ଥିଲା। କିନ୍ତୁ ୧୨ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ଅତିରିକ୍ତ ବଜେଟ୍ ପାରିତ ହୋଇଛି। ୨ଟି ସରକାରୀ ବିଲ୍ ପାରିତ ସହ ୧୦ଟି ବେସରକାରୀ ବିଲ୍ ଆଗତ ହୋଇଛି। ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଆଜି ଅନିର୍ଦ୍ଧିଷ୍ଟ କାର୍ଯ୍ୟକାଳ ପାଇଁ ଗୃହକୁ ମୁଲତବି ରଖିଛନ୍ତି।
ଶୀତକାଳୀନ ଅଧିବେଶନ ଅବସରରେ ବୁଧବାର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିରେ ୱାଲଟିୟର ଡିଭିଜନ, ସାମ୍ବାଦିକମାନଙ୍କ ପାଇଁ ବୀମା, କଂପାନିଗୁଡ଼ିକରେ ବିଦ୍ୟୁତ୍ ବିଲ୍ ପ୍ରମୁଖ ସାମିଲ ରହିଛି।
ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ବକେୟା ବିଜୁଳି ବିଲ୍ ଦେଉ ନାହାନ୍ତି। ଏହି ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି। ୧୦ ବର୍ଷ ମଧ୍ୟରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ୍ ଛାଡ଼ କରାଯାଇଛି। ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁରର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି ଟଙ୍କା, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି। ଶୀତକାଳୀନ ବିଧାନସଭାର ବୁଧବାର ଦିନ ଗୃହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହା ଲିଖିତ ଉତ୍ତରରେ କହିଛନ୍ତି।
ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ବିଧାନସଭାରେ ଦାବି କରି କହିଛନ୍ତି, ପାଖାପାଖି ୧୭ଟି ରାଜ୍ୟରେ ପେନ୍ସନ୍ ବ୍ୟବସ୍ଥା ରହିଛି। ସାମ୍ବାଦିକଙ୍କ ପାଇଁ ଥିବା ସ୍ବାସ୍ଥ୍ୟବୀମାରେ ପିତାମାତାଙ୍କୁ ସଂଯୋଗ କରାଯାଉ। ପୂର୍ବରୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ରାଶି ରହିଛି। ସାମ୍ବାଦିକଙ୍କ ପାଇଁ ପେନ୍ସନ୍ ସେବା ଯୋଗାଇ ଦିଆଯାଉ।
ଏହି ଖବର ପଢ଼ନ୍ତୁ: ପ୍ରେମିକାକୁ ୬ ଖଣ୍ଡ କରି ଫିଙ୍ଗିଦେଲା ପ୍ରେମିକ
ସୂଚନାଯୋଗ୍ୟ, ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୮ଟି ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇଥିଲା। ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଡିସିପିଙ୍କ ନେତୃତ୍ୱରେ ୮ ଜଣ ଅତିରିକ୍ତ ଡିସିପି, ୨ କମ୍ପାନି ସିଆରପିଏଫ୍, ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ନିୟୋଜିତ ହୋଇଥିଲେ। ଏହା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ଗୁଇନ୍ଦା ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଅଧିବେଶନ ସମୟରେ ଗାନ୍ଧୀ ମାର୍ଗ ଉପରେ କଡ଼ା ସୁରକ୍ଷା ବଳୟ ଏବଂ ସିସିଟିଭି ନଜରରେ ରଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/iCxOdOob90WZZAxEzbAF.jpg)