କୋରାପୁଟ: ଆଉ ମାତ୍ର ୩ ଦିନ ପରେ ଆଲୋକର ପର୍ବ ଦୀପାବଳି। ତେବେ ଏଯାଏଁ ଜିଲ୍ଲା ପ୍ରଶାସନ ବାଣ ଖୁଚୁରା ବିକ୍ରେତାମାନଙ୍କୁ ଲାଇସେନ୍ସ ଦେଇନି। ଅପରପକ୍ଷରେ ବହୁ ବ୍ୟବସାୟୀ ପଡୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନ୍ନା ଓ ଛତିଶଗଡ଼ରୁ ବାଣ ଆଣି ଲୁଚାଛପାରେ ଘରେ ବିକ୍ରି କରିବା ଆରମ୍ଭ କରିଛନ୍ତି। ଏପରି ବିନା ଲାଇସେନ୍ସରେ ବାଣ ବିକ୍ରି ସମୟରେ ଯଦି କିଛି ଅଘଟଣ ହେଲେ ଏଥି ପାଇଁ କିଏ ଉତ୍ତରଦାୟୀ ହେବେ ବୋଲି ଆଇନଜୀବୀ ଅଜିତ ପାତ୍ର, ଭବାନୀ ଶଙ୍କର ମିଶ୍ର, ଆର ବିଶ୍ବରଂଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ଜିଲ୍ଲାରେ ଜୟପୁରରେ ୨ଜଣ ସତୀଶ କୁମାର ପାତ୍ର, ପି.କିରଣ କୁମାର ଓ କୋରାପୁଟରେ ଜଣେ ସୋମେଶ୍ବର ରାଓ ହୋଲସେଲର ବାଣବିକ୍ରେତା ରହିଛନ୍ତି। ଏଥରକ ଜୟପୁରରେ ୪୨, କୋରାପୁଟରେ ୧୭ଜଣ, ବୋରିଗୁମ୍ମା, ନାରାୟଣପାଟଣା, ଲକ୍ଷ୍ମୀପୁର, କୋଟପାଡ଼ ଆଦି ଅଂଚଳରେ ୭୦ଜଣ ଲାଇସେନସ୍ ପାଇଁ ଆବେଦନ କରିଛନ୍ତି। ତେବେ ଏଯାଏଁ ଏମାନଙ୍କୁ ଲାଇସେନସ ମିଳିନଥିବା କହିଛନ୍ତି କିଛି ଖୁଚୁରା ବ୍ୟବସାୟୀ।
ଅପରପକ୍ଷରେ କୋରାପୁଟ, ସେମିଳିଗୁଡା, ଜୟପୁରର ଜୟନଗର, ପିଆରପେଟା, ସୋମ୍ବାରତୋଟା, ବାୟାଗୁଡା, କୁମୁଲିପୁଟ, କୁସୁମି ଆଦି ଅଂଚଳରେ ଘର ମଧ୍ୟରେ ଲୁଚ୍ଛାଛପାରେ ବାଣ ବିକ୍ରି ଆରମ୍ଭ ହୋଇଛି। ବାଣ ବିକ୍ରି ସମୟରେ ସୁରକ୍ଷା ପଦପେକ୍ଷ ନ ନେଇ ଜନଗହଳି ପୂର୍ଣ୍ଣସାହି ଗୁଡିକରେ ଘରେ ରଖି ରଖି ଘରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ଏଦିଗରେ ପ୍ରଶାସନ ପଦକ୍ଷେପ ନେବା ସହ ଲାଇସେନସ୍ ପ୍ରଦାନ କରିବାକୁ କିଛି ଖୁଚୁରା ବ୍ୟବସାୟୀ ଅନୁରୋଧ କରିଛନ୍ତି।
ସେହିପରି ବିଭିନ୍ନ ବସ, ଟ୍ରକ, ଯାନବାହାନରେ ପଡୋଶୀ ରାଜ୍ୟ ଗୁଡିକରୁ ବାଣ ଆସୁଥିବାରୁ ଏହାର ଯାଂଚ ମଧ୍ୟ ପୁଲିସ ଓପ୍ରଶାସନ ପକ୍ଷରୁ କରାଯିବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀ ଓ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)