ମାଲକାନଗିରି: ସହିଦ ସପ୍ତାହ ପୂର୍ବରୁ ପୁଲିସକୁ ମିଳିଛି ବଡ ସଫଳତା। ଜିଲ୍ଲାର ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ୫ ଲକ୍ଷ ଘୋଷିତ ଏକ ମହିଳା ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ମହିଳା ନକ୍ସଲ ଜଣକ ହେଲେ ସୋଡି ସାମଡୁ। ସୋଡି ସାମଡୁ ପାମେଡ ଏରିଆ କମିଟିର କମାଣ୍ଡର ରହିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଚିନ୍ତାଗୁମ୍ଫା ଥାନା ଅଂଚଳର ମେନପା,ଏତରାଜପାଡ ଭଳି ଅଂଚଳରେ ସର୍ଚ୍ଚ ଅପରେସନ କରିବାକୁ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଯାଇଥିଲେ।
ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ମହିଳା ନକ୍ସଲ ଜଣକ ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ତୁରନ୍ତ ଯବାନ ଜଂଗଲକୁ ଘେରି ମହିଳା ନକ୍ସଲକୁ ଗିରଫ କରିଥିଲେ। ମହିଳା ନକ୍ସଲ ସୋଡି ସାମଡ଼ୁ ପାମେଡ ଏରିଆ କମିଟିର କମାଣ୍ଡର ବୋଲି କହିବା ସହ ବହୁ ହିଂସାରେ ଜଡିତ ଥିବା ସ୍ବୀକାର କରିଥିଲା। ପୁଲିସ ମହିଳା ନକ୍ସଲକୁ ପଚରାଉଚରା କରୁଛି।ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/27/mkg-naxal-arrested-1-2025-07-27-20-36-53.jpg)