ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଳତା। ୧ କୋଟି ଘୋଷିତ କେନ୍ଦ୍ରୀୟ କମିଟିର ସଦସ୍ୟାକୁ ପୁଲିସ ଗିରଫ କରିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଏହି ମହିଳା ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି। ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା ଯେ ହାଇଦ୍ରାବାଦର ମେହବୁବ ନଗରରେ କେନ୍ଦ୍ରୀୟ କମିଟିର ଜଣେ ଆଗଧାଡିର ମହିଳା ନେତ୍ରୀ ବସଷ୍ଟାଣ୍ଡରେ ଠିଆ ହୋଇଛନ୍ତି। ଏହା ଶୁଣିବା ପରେ ତୁରନ୍ତ ପୁଲିସ ତତ୍ପରତା ଦେଖାଇ ବସଷ୍ଟାଣ୍ଡକୁ ଘେରି ସୁଜାତାକୁ ଗିରଫ କରିଥିଲା।
ସୁଜାତା ଓରଫ କଳ୍ପନା ଦୀର୍ଘ ବର୍ଷ ଧରି ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଟିମବଙ୍ଗରେ ସକ୍ରିୟ ଥିଲେ। ସେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। କେନ୍ଦ୍ରୀୟ କମିଟିର ସଦସ୍ୟା ହୋଇଥିବାରୁ ସରକାର ତାଂକ ନାମରେ ଏକ କୋଟି ଟଂକାର ପୁରସ୍କାର ଘୋଷଣା କରିଥିଲେ। ପୁଲିସ ସୁଜାତାକୁ ଧରି ପଚରାଉଚରା କରୁଛି। ଦିନେ ଦୁଇଦିନରେ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ବିବରଣୀ ଦେବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/17/J7aMl1blrW8QCn1EYHzu.jpeg)
