ନାରାୟଣପାଟଣା: ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା କୋରାପୁଟ ଜିଲ୍ଲା ଯୋଗୁଁ ନାରାୟଣପାଟଣା ବ୍ଲକ ଝଞ୍ଜାବତୀ ନଈରେ ଭାସିଯାଇ ୨୨ବର୍ଷୀୟା ବିବାହିତା ମହିଳା ମୃତ ଘଟିଛି I ମୃତା ହେଲେ ନାରାୟଣପାଟଣା ବ୍ଲକ ବିଜାଘାଟି ପଞ୍ଚାୟତ ଭାଲୁପଦର ଗ୍ରାମର କୁନି ସିରିକା (୨୨)।
ଜମିରେ କାମ କରିବାକୁ ଯାଇ ନଈ ପାର ହୋଇ ଘରକୁ ଫେରୁଥୁବା ବେଳେ ଆଜି ସନ୍ଧ୍ୟାରେ ଭାସିଯାଈ ମୃତ୍ୟୁବରଣ କରିଥିବା ସୂଚନାI
ଖବର ପାଇ ଦମକଳ ବାହିନୀ ଓ ପୁଲିସ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିବା ପରେ ନଦୀ କୂଳରେ ଶବ ଠାବ ହୋଇଥିଲା। ସନ୍ଧ୍ୟା ହେବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ।ପରିବାର ଲୋକେ ଏକ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।
Koraput | Woman
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/05/dead-2025-07-05-21-11-45.jpg)