ଖନ୍ତାପଡ଼ା :ଗତ ୧୩ତାରିଖ ଦିନ ଭୁବନେଶ୍ୱର ରାମ ମନ୍ଦିର ନିକଟରୁ ପିଲା ଚୋରି ହୋଇଥିବା ନେଇ ଜଣା ପଡିଥିଲା। ଗତକାଲି ଖନ୍ତାପଡ଼ା ଥାନା  ବୋଇତା ଗ୍ରାମରେ ପୁଲିସ ପାଇଁତରା ମାରିଥିଲା। କୌଣସି ସୂତ୍ରରୁ ଖବର ପାଇ ବୋଇତା ଗ୍ରାମର ପ୍ରଶାନ୍ତ ପଣ୍ଡାଙ୍କ ଘରେ ଚଢ଼ାଉ କରି ତାଙ୍କ ପତ୍ନୀ ଝେଲମଙ୍କୁ ଉଠାଇ ନେବା ସହିତ ଶିଶୁପୁତ୍ରକୁ ମଧ୍ୟ ସାଙ୍ଗରେ ଉଠାଇ ନେଇଥିବା ପ୍ରାଥମିକ ସୁତରୁ ଜଣା ପଡ଼ିଛି। ଏନେଇ ଖନ୍ତାପଡ଼ା ଥାନା ସହିତ ଯୋଗାଯୋଗ କରାଯାଇଥିଲେ କୌଣସି ଉତ୍ତର ମିଳିନାହିଁ।

Advertisment

ଶନିବାର ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏହି ଫୁଟେଜକୁ ନେଇ ତନାଘନା ଆରମ୍ଭ କରିଥିଲା ପୁଲିସ। ପୁଲିସ ଜାଣିବାକୁ ପାଇଥିଲା ଶିଶୁଟିକୁ ଟ୍ରେନରେ ନେଇ ଯାଇଛି ଅଭିଯୁକ୍ତ। ଅପହରଣ ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସିଟିଭି ଯାଞ୍ଚ ପରେ ପୁଲିସକୁ ମିଳିଛି ଏହି ସଫଳତା।

ଖୁସିରେ ଆତ୍ମହରା ମା ଆଖିରୁ ଝରୁଛି ଲୁହ । ଦୃଷ୍ଟିବାଧିତ ମା ଜୟନ୍ତୀଙ୍କ କୋଳରୁ କିଛି ଦୁର୍ବୃତ୍ତ କୁନି ଛୁଆ କେଶବକୁ ଚୋରି କରି ନେଇଥିଲେ ଯାହାର ୫୦ ଘଣ୍ଟା ତଲାସି ପରେ ଠାବ କରିଛି ପୁଲିସ । ଆଜି କୁନିପୁଅର ମିଳିଥିବା ସ୍ପଷ୍ଟ ହୋଇଛି । ତେବେ ଦୁର୍ବୃତ୍ତମାନେ କୁନି ପୁଅର ଚୁଟି କାଟି ଦେଇଥିଲେ ବୋଲି ଜଣା ପଡ଼ିଛି । ଏପଟେ ମା କିନ୍ତୁ ଛୁଆଟି ମିଳିଯିବା ଖୁସିରେ କମିଶନରେଟ ପୁଲିସ ସାଙ୍ଗକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ରାମଙ୍କ ଉପରେ ଅଭିମାନ କରୁଥିଲେ କିନ୍ତୁ ରାମ ଏକ ଶିକ୍ଷା ଦେଇଛନ୍ତି।  ଆଗକୁ ରାତି ୮ ଟା ସୁଦ୍ଧା ଘରକୁ ଫେରିଯିବି ବୋଲି ସେ କହିଛନ୍ତି । ଏହା ସହ ଆଜି ହୁଏତ ଛୁଆଟିକୁ କିଛି ମେଡ଼ିକାଲ ପରୀକ୍ଷା ପରେ କୋଳକୁ ଫେରାଇ ଦେବେ କମିଶନରେଟ ପୁଲିସ । ତେଣୁ କ୍ଷୀର ଛାଡି ନଥିବା ଛୁଆକୁ କେତେଶୀଘ୍ର କୋଳକୁ ନେଇ ଛୁଇଁବେ ସେଥିପାଇଁ ଅପେକ୍ଷା କରିଥିବା ସେ କହିଛନ୍ତି ।