କୁଜଙ୍ଗ: କୁଜଙ୍ଗ ଥାନା ବଳରାମପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି l ରାମଲୀଳା ପରିବେଷଣ ହେଉଥିବାବେଳେ ସେହି ନିକଟରେ ଥିବା ଏକ ନଡ଼ିଆ ଗଛ ହଠାତ୍ ଭାଙ୍ଗି ଲୋକମାନଙ୍କ ଉପରେ ପଡ଼ିଯାଇଥିଲା l ଫଳରେ ଘଟଣା ସ୍ଥଳରେ ନିକଟସ୍ଥ ସମାଗୋଳ ଗ୍ରାମର ଟୁଟୁ ଦାସଙ୍କ ପତ୍ନୀ କୁନି ଦାସ(୩୪)ଙ୍କର ମୃତ୍ୟୁ ହୋଇଥିଲା l ସେହିପରି ବଳରାମପୁର ଗ୍ରାମର ମଧୁସ୍ମିତା ବେହେରା(୨୨), ପ୍ରିୟଙ୍କା ସାହୁ(୯), ଲିଲି ସାହୁ(୧୮)ଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି l
ପ୍ରକାଶ ଯେ,ବଳରାମପୁର ଗ୍ରାମର ମା ବାସୁଳେଇଙ୍କ ପୀଠରେ ପ୍ରତିବର୍ଷ ଚୈତ୍ର ପର୍ବ ଉପଲକ୍ଷେ ରାମଲୀଳା ପରିବେଷଣ କରାଯାଇଥାଏ l ଗତ ୨୩ ତାରିଖଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୬ ଦିନଧରି ରାମଲୀଳା ପରିବେଷଣ କାର୍ଯ୍ୟକ୍ରମ ରହିଥିଲା l ଗତକାଲି ତୃତୀୟ ରାତ୍ରରେ ରାମଲୀଳା ପରିବେଷଣ ହେଉଥିବାବେଳେ ଏହି ଘଟଣା ଘଟିଥିଲା l ଘଟଣା ପରେ ପୁଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ତେବେ ହନୁମାନ ରଶି ଉପରେ ଚଢି ନିଜର କଳା ପରିବେଷଣ କରିବାକୁ ଗୋଟିଏ ନଡ଼ିଆ ଗଛରୁ ଆଉ ଗୋଟିଏ ନଡ଼ିଆ ଗଛକୁ ରଶି ଟ୍ରାକ୍ଟର ସହାୟତାରେ ବନ୍ଧା ହେଉଥିବା ସମୟରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକମାନଙ୍କ ସୂତ୍ରରୁ ଜଣା ପଡ଼ିଛି l
ବଳରାମପୁର ଗ୍ରାମର ମା ବାସୁଳେଇଙ୍କ ପୀଠରେ ପ୍ରତିବର୍ଷ ଚୈତ୍ର ପର୍ବ ଉପଲକ୍ଷେ ରାମଲୀଳା ପରିବେଷଣ କରାଯାଇଥାଏ l ଗତ ୨୩ ତାରିଖଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୬ ଦିନଧରି ରାମଲୀଳା ପରିବେଷଣ କାର୍ଯ୍ୟକ୍ରମ ରହିଥିଲା l ଗତକାଲି ତୃତୀୟ ରାତ୍ରରେ ରାମଲୀଳା ପରିବେଷଣ ହେଉଥିବାବେଳେ ଏହି ଘଟଣା ଘଟିଥିଲା l ଘଟଣା ପରେ ପୁଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ତେବେ ହନୁମାନ ରଶି ଉପରେ ଚଢି ନିଜର କଳା ପରିବେଷଣ କରିବାକୁ ଗୋଟିଏ ନଡ଼ିଆ ଗଛରୁ ଆଉ ଗୋଟିଏ ନଡ଼ିଆ ଗଛକୁ ରଶି ଟ୍ରାକ୍ଟର ସହାୟତାରେ ବନ୍ଧା ହେଉଥିବା ସମୟରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକମାନଙ୍କ ସୂତ୍ରରୁ ଜଣା ପଡ଼ିଛି l
ଘଟଣାପରେ ରାତାରାତି ରାମଲୀଳା ଦଳ ଯାତ୍ରା ପରିବେଷଣ ବନ୍ଦକରି ପଳାଇ ଯାଇଥିବା ବେଳେ ସେଠାରେ ବନ୍ଧା ହୋଇଥିବା ମଞ୍ଚର ସମସ୍ତ ସାଜସଜ୍ଜାକୁ ମଧ୍ୟ ଖୋଲି ଦିଆଯାଇଛି। ତେବେ ରାମଲୀଳା ଚାଲିଥିବା ବେଳେ ହାଲକା ପବନ ବହିଥିଲାl ନଡ଼ିଆ ଗଛର ମୂଳ ପୋକ ଖାଇ ଦୁର୍ବଳ ହୋଇ ପଡ଼ିଥିବା ଯୋଗୁ ଭାଙ୍ଗି ପଡ଼ିଥିଲା ବୋଲି ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ମୃତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି l
death
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/26/UptYlS0iK7K1oAzVRR6b.jpg)