ବୈଶିଙ୍ଗା: ବାତ୍ୟା ଦାନା ପାଇଁ ବେତନଟୀ ବ୍ଲକ ଅଧୀନ ପାଟୁଳିପୁରା ପଞ୍ଚାୟତରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଜନୈକା ମହିଳା ହଠାତ ଅସୁସ୍ଥତା କାରଣରୁ ବେତନଟୀ ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି l ମୃତକ ହେଲେ ନିକଟସ୍ଥ ଡେଂଫୌଦା ଗ୍ରାମର ଚିତ୍ତ ସିଂଙ୍କ ସ୍ତ୍ରୀ ରତନୀ (୪୬)l
ସୂଚନା ଅନୁଯାୟୀ ବାତ୍ୟା ପାଇଁ ବୁଧବାର ଦିନ ରତନୀ ଓ ତାର ସ୍ୱାମୀ, ପୁଅ, ପୁଅବୋହୂ ଓ ୨ ଜଣ ନାତୁଣୀଙ୍କୁ ପ୍ରଶାସନ ପକ୍ଷରୁ ଅଣାଯାଇ ବେଲାଣପୁରା ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଥିଲା l ଗୁରୁବାର ଦିନ ପ୍ରାୟ ପୂର୍ବାହ୍ନ ୧୦ଟା ପାଖାପାଖି ସମୟରେ ହଠାତ ରତନୀଙ୍କର ମୁଣ୍ଡ ବୁଲାଇବା ସହିତ ସେ ଅସୁସ୍ଥତା ଅନୁଭବ କରିଥିଲେl ସେଠାରେ ଉପସ୍ଥିତ ଡାକ୍ତରୀ ଟିମ୍ ତାର ପ୍ରାଥମିକ ଚିକିତ୍ସା ପରେ ରତନୀକୁ ବେତନଟୀ ଡାକ୍ତରଖାନା ପଠାଇ ଦେଇଥିଲେ l ହେଲେ ସେଠାରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/27/T1rSGtGB2Eoyp3qhFG6Q.jpeg)