ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଶିଂସାରୀ ଫାଣ୍ଡି ଅଧୀନ ସିନ୍ଧିଗାଁ ନିକଟ ଭାଲୁଗୁଡା ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଭାଲୁଗୁଡ଼ା ଗ୍ରାମର ଗୁରୁବାରି ଭତରା (୪୦)।
ଡାବୁଗାଁ ଥାନା ଅନ୍ତର୍ଗତ ଶିଂସାରୀ ଫାଣ୍ଡି ଅଧୀନ ସିନ୍ଧିଗାଁ ନିକଟ ଭାଲୁଗୁଡା ଗ୍ରାମର ଦାମୁ ଭତ୍ରାଙ୍କ ଝିଅ ଗୁରୁବାରୀ ଆଜି ସକାଳ ପ୍ରାୟ ସାଢେ଼ ୭ ଘଣ୍ଟ ସମୟରେ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ।
ତେବେ ଅସାବଧାନତା ଯୋଗୁ ଗୁରୁବାରିର ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ସକାଳ ୯ଟାରେ ସେହି ରାସ୍ତା ଦେଇ ଯାଉଥିବା ଗ୍ରାମର ଜଣେ ଯୁବକ ଜମିକୁ ଯିବା ସମୟରେ ପୋଖରୀରେ ଜଣେ ମୁହଁ ମାଡ଼ି ଭାସୁଥିବାର ଦେଖିଥିଲେ। ପାଖ ଜମିରେ ହଳ କରୁଥିବା ମୃତ ମହିଳାଙ୍କ ବାପା ଦାମୁ ଭତ୍ରାଙ୍କୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଦାମୁ ଭତ୍ରା ଓ ଅନ୍ୟମାନେ ପୋଖରୀ ପାଖକୁ ଆସି ମହିଳାଙ୍କୁ ଉଦ୍ଧାର କରି ପୋଖରୀ ହୁଡ଼ାକୁ ଆଣି ଦେଖିଥିଲେ ଯେ ଗୁରୁବାରୀର ମୃତ୍ୟୁ ଘଟିଛି।
ଏନେଇ ମୃତକର ସାନ ଭାଇ ଉଲଧର ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/zoVnGyOVb9hUTElx2gpo.jpg)