ରୁପ୍ରା: ଆଜି ଭୋର ସମୟରେ ରୁପ୍ରା-ବାଲିପଡ଼ା ରାସ୍ତାର ଭଟାଖମାର ଦେବତାଗୁଡି ନିକଟ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ପୋଖରୀରେ ହାତୀପଲ ଗାଧୋଇବା ସହ ପୋଖରୀ ପାଣି ସମ୍ପୂର୍ଣ୍ଣ ଗୋଳିଆ କରିଦେଇଛନ୍ତି ଓ ନିକଟରେ ଥିବା ଭଟାଖମାର ଗ୍ରାମର ଶୋଭାକର ସାହୁଙ୍କ ଧାନ ଫସଲ ଖାଇବା ସହ ମାଡି ନଷ୍ଟ କରିଛନ୍ତି। ପରେ ରୁପ୍ରା ବାଲିପଡା ରାସ୍ତା ପାର୍ କରି ଗିଗିନା ପଞ୍ଚାୟତ ଅଧୀନ ଡମପଦର ଅଞ୍ଚଳକୁ ପୁଣିଥରେ ଫେରିଛନ୍ତି। ଡମପଦର ଗ୍ରାମର ସ୍ୱର୍ଗତ ଦିଗମ୍ୱର ନାଏକଙ୍କ ପତ୍ନୀ ପୂର୍ଣ୍ଣମୀ ବେୱା (୪୦ ) ସକାଳୁ ଶୌଚପାଇଁ ଯାଇଥିବା ବେଳେ ପଟିକିଆ ହାତୀ ହାବୁଡ଼ରେ ପଡ଼ିଥିଲେ। ତାଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ସେ ଗୁରୁତର ଆହତ ହେବାସହ ପଡିରହିଥିଲେ। ଏସମ୍ପର୍କରେ ଗ୍ରାମବାସୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ୍ କରିବାରୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ପୂର୍ଣ୍ଣମୀଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏବାବଦରେ ରୁପ୍ରାରୋଡ୍ ଫରେଷ୍ଟର୍ ଯଶୋବନ୍ତ ପାତ୍ର ଖବର ପାଇ ତୁରନ୍ତ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ବ୍ୟବସ୍ଥା କରାଇଥିବା ଜଣାପଡିଛି।
ହାତୀ ଆକ୍ରମଣରେ ମହିଳା ଗୁରୁତର।ଡମପଦର ଗ୍ରାମର ସ୍ୱର୍ଗତ ଦିଗମ୍ୱର ନାଏକଙ୍କ ପତ୍ନୀ ପୂର୍ଣ୍ଣମୀ ବେୱା (୪୦ ) ସକାଳୁ ଶୌଚପାଇଁ ଯାଇଥିବା ବେଳେ ପଟିକିଆ ହାତୀ ହାବୁଡ଼ରେ ପଡ଼ିଥିଲେ। ତାଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ସେ ଗୁରୁତର ଆହତ ହେବାସହ ପଡିରହିଥିଲେ। ଏସମ୍ପର୍କରେ ଗ୍ରାମବାସୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ୍ କରିବାରୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ପୂର୍ଣ୍ଣମୀଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।
ସୂଚନାଯୋଗ୍ୟ ଗୁରୁତର ଆହତ ହୋଇଥିବା ପୂର୍ଣ୍ଣମୀଙ୍କ ସ୍ୱାମୀ ଦିଗମ୍ୱର ଗତବର୍ଷ କିଡନି ରୋଗରେ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ତାଙ୍କର ତିନି ଝିଅ ମିଲି, ଝିଲି ଓ ଯାଜ୍ଞ ଦାଦନ ଖଟିବାକୁ ବାହାର ରାଜ୍ୟରେ ଥିବାବେଳେ ଘରେ ଦୁଇ ଛୋଟପୁଅ କରନ୍ ଓ କେସିପ୍ ରହିଛନ୍ତି। ଏପରି ସମୟରେ ଏହି ଘଟଣା ଘଟିଥିବାରୁ ଉକ୍ତ ପରିବାରକୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।
ସେହିପରି ଉକ୍ତ ହାତୀପଲକୁ ବିଭାଗୀୟ ଅଧିକାରୀ ସୁରକ୍ଷା ଦେବାପାଇଁ ପ୍ରାୟ ଦୁଇମାସ ହୋଇଗଲା ନୟାନ୍ତ ହେଉଥିବା ଜଣାପଡିଛି। ରୁପ୍ରାରୋଡ୍ ଫରେଷ୍ଟର୍ ଯଶୋବନ୍ତ ପାତ୍ର, ଗଜସାଥି ତଥା ସ୍କ୍ୱାର୍ଡ ହାତୀପଲ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସେହିପରି ବନ ବିଭାଗ କର୍ମଚାରୀ ମାନଙ୍କ ସହିତ ସ୍ଥାନୀୟ ଚାଷୀମାନେ ଉପସ୍ଥିତ ରହି ନିଜର ଫସଲକୁ ଜଗି ରହୁଛନ୍ତି। ତେବେ ଆଗରୁ ହାତୀପଲ ଗାଁ ତଥା ଚାଷଜମି ମୁଁହା ହେଉନଥିବା ବେଳେ ପ୍ରାୟ ୭/୮ ବର୍ଷ ହେଲା ଲଗାତାର୍ ଭାବରେ ହାତୀପଲଙ୍କ ଆଗମନ ରହୁଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି, ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରିଛନ୍ତି।କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧୀନ କମେ ଡଙ୍ଗରରୁ ପ୍ରାୟ ଦୁଇମାସ ହେଲା ୪୭ ଟିକିଆ ଜଙ୍ଗଲୀ ହାତୀପଲ ଭାନପୁର ପଞ୍ଚାୟତ ଅଧିନ ଗୁଡାଙ୍ଗଗୁଛା ଦେଇ ଗିଗିନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଟାଖମାର, ଶ୍ରୀପୁର୍, ଡମପଦର, ଗିଗିନା ଦେଇ ଯୋଡାବନ୍ଧ ଓ ଟାପରାଙ୍ଗ ଅଞ୍ଚଳରେ ଅନେକ ଚାଷ ନଷ୍ଟ କରିଥିଲେ। ସେହି ଅଞ୍ଚଳରୁ କୁନ୍ଦେଇଝରନ୍ ଜଙ୍ଗଲକୁ ଚାଲିଯାଇ ସେଠାରେ ଉକ୍ତ ହାତୀପଲ ରହି ଆସୁଥିଲେ, ତେବେ ମାସକ ତଳେ ସେହି ଅଞ୍ଚଳରୁ କମେ ଡଙ୍ଗରକୁ ଫେରି ଆସିଥିଲେ । ତାପରେ ଉକ୍ତ ହାତୀପଲ ଦିଗ ପରିବର୍ତ୍ତନ କରି ବାଗପୁର ପଞ୍ଚାୟତ ଅଧୀନ ବଫଲାରେ ରାଜ୍ୟ ରାଜପଥ ଅତିକ୍ରମ ସହ ସାନ୍ଦୁଲ୍ ନଦୀ ପାରକରି ଲଗାତାର୍ ୧୦ଦିନ ହୋଇଗଲା ଭୀମକେଲା ପଞ୍ଚାୟତ ଅଧିନ ବୁର୍ଡିପଡା ଓ ପଲସାପଡା ତଥା ରୁପ୍ରା ପଞ୍ଚାୟତ ଅଧିନ ତିତକେଲା (ନିଘୁପଡା) ଅଞ୍ଚଳରେ ନିଜର କାୟା ବିସ୍ତାର କରି ଚାଷ କ୍ଷତି କରୁଛନ୍ତି। ଏଥିପାଇଁ ବନ କର୍ମଚାରୀ ତଥା ଚାଷୀମାନେ ପ୍ରବଳ ଶୀତରାତିରେ ଉଜାଗର ରହି ଭୟ ଲାଗୁଥିଲେ ମଧ୍ୟ ଫସଲକୁ ଜଗି ରହୁଥିବା ଜଣାପଡିଛି।
ନର୍ଲା ବନପାଳ ଭବାନୀ ଶଙ୍କର ନାଏକଙ୍କ ସୂଚନା ମୁତାବକ ଏହି ୪୭ ଟିକିଆ ହାତୀପଲ ଦିନବେଳା ନର୍ଲା ରେଞ୍ଜ୍ ଅଧିନ କମେ ଡଙ୍ଗରରେ ରହୁଥିବା ବେଳେ ରାତିହେଲେ କେସିଙ୍ଗା ରେଞ୍ଜ୍ ରୁପ୍ରାରୋଡ୍ ସେକ୍ସନ୍ ଭୀମକେଲା ପଞ୍ଚାୟତ ଅଧିନ ବୁର୍ଡିପଡା ଓ ପଲସାପଡା ତଥା ରୁପ୍ରା ପଞ୍ଚାୟତ ଅଧିନ ତିତକେଲା (ନିଘୁପଡା) ଅଞ୍ଚଳକୁ ଚାଲିଆସି ଅମଳକ୍ଷମ ଧାନ ଫସଲ ଖାଉଥିବା ସହ ଦଳି ମକଚି ନଷ୍ଟ କରୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/26/Qps9XGB3HtoY5JmI6hKv.jpg)