ରାଇରଙ୍ଗପୁର/ବହଳଦା/ତିରିଂ: ମୟୂରଭଞ୍ଜଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା କଲେଜ ପଛ ପଟେ ଥିବା ବିଲରେ ଜଣେ ମହିଳା ଚାଷୀ ତଳି ରୋଉଥିବା ସମୟରେ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଦୁଲାରୀ ଟୁଡୁ (୪୫)।
ତିରିଂ ଥାନା ଅନ୍ତର୍ଗତ ଭଗାବନ୍ଦୀ ଗ୍ରାମର ରାମରାଇ ଟୁଡୁଙ୍କୁ ପତ୍ନୀ ଦୁଲାରୀ ଟୁଡୁ ଆଜି ବହଳଦା କଲେଜ ପଛ ପଟେ ଥିବା ଏକ ବିଲରେ ତଳି ରୋଉଥିଲେ। ଏହି ସମୟରେ ବଜ୍ରପାତ ଘଟିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତିରିଂ ଓ ବହଳଦା ଥାନା ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ପଠାଇଛନ୍ତି। ଏନେଇ ବହଳଦା ଥାନା ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସେହିଭଳି ତିରିଂ ବ୍ଳକ ସମ୍ମୁଖରେ ଚଡ଼କ ମାରିବାରୁ ଏକ ବଳଦର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁଲାରୀ ଟୁଡୁଙ୍କ ମୃତ୍ୟୁରେ ସମାଜସେବୀ ପାର୍ଥ ସାରଥୀ ଷଡ଼ଙ୍ଗୀ ଶୋକ ପ୍ରକାଶ କରିବା ସହ ତୁରନ୍ତ ତାଙ୍କୁ ସରକାରୀ ସହାୟତା ମିଳିବା ଏବଂ ମୃତ ବଳଦର ମାଲିକକୁ ସହାୟତା ପାଇଁ ଦାବି କରିଛନ୍ତି। ଚାଷ ସମୟରେ ହଳୁଆ ବନ୍ଦକୁ ହରାଇ ଚାଷୀ ଚିନ୍ତାରେ ପଡ଼ିଛି। ତେବେ ସେ କିଭଳି ଚାଷ କରିବ ତାହାକୁ ନେଇ ଚାଷୀ ଭାଙ୍ଗି ପଡ଼ିଛନ୍ତି।
Lightning | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/FsWae2HQiiBK1rZUu89h.jpg)