ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ବି ମାଳିଗୁଡାର ପାଇକ ମିନିଗୁଡି ସାହିରେ ପିଇବାକୁ ପାଣି ମିଳୁ ନଥିବା ଗ୍ରାମବାସୀ ମାନେ ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କୁ ଭେଟି ଅଭିଯୋଗ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏହି ଗାଁରେ ଥିବା ଜନସଂଖ୍ୟା ଦୃଷ୍ଟିକୋଣରୁ କମ୍ ସଂଖ୍ୟକ ନଳକୂଅ ରହିଛି। ଥିବା ନଳକୂଅରୁ ପାଣି ସଠିକ ଭାବେ ବାହାରୁ ନଥିବା ବେଳେ ସବୁ ବେଳେ ପାଣି ପାଇଁ ଗଣ୍ଡଗୋଳ ଓ ମାରପିଟ୍ ହେବାକୁ ପଡୁଛି ବୋଲି ଏମାନେ ଅଭିଯୋଗ କରିଛନ୍ତି।
ବାରମ୍ବାର ବ୍ଲକ ପ୍ରଶାସନକୁ ଜଣାଇଲେ ବି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି। ୮୦ ଘର ରହିଥିବାରୁ ଆଉ ଗୋଟିଏ ନଳକୂଅ ଦେବାକୁ ଦାବି କରିଛନ୍ତି। ଜିଲ୍ଲାପାଳ ଡ.ମହାପାତ୍ର ଏଦିଗରେ ଆଶୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ।
water problem | Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/20/jglexaxFBjHxWtFSH11P.jpg)