ବାଲିପାଟଣା: ସୀମା ଟପିଲା ଅମାନୁଷିକତା। ବାଉଁଶମୂଳିରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଏହି ଘଟଣା ଆଦିବାସୀ ଅଧ୍ୟୁଷିତ କିମ୍ବା ଦୁର୍ଗମ ଅଞ୍ଚଳରେ ନୁହେଁ। ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବାଲିପାଟଣା ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି।
ପିପିଲି ସବଡିଭିଜନ ଅଧୀନ ମୁକୁନ୍ଦଦାସପୁର ଗାଁର ସ୍ଥାନୀୟ ୱାର୍ଡ ସଭ୍ୟ ମହମ୍ମଦ ସାମ୍ ସୁଦିନ୍ ଓରଫ ବାଦଶାହା ହୁକ ପକାଇ ଘରକୁ ଚୋରାରେ ଲାଇନ୍ ସଂଯୋଗ କରିଥିଲେ। ଏନେଇ ଆଜି ବିଦ୍ୟୁତ ବିଭାଗର ନଜରରେ ଆସିବାରୁ ସେ ଉତ୍କ୍ଷିପ୍ତ ହୋଇଥିଲେ। ବିଲ୍ ଆଦାୟକାରୀ ଟିମ୍ର କର୍ମଚାରୀ ଏନେଇ ଆପତ୍ତି ଜଣାଇବାରୁ ତାଙ୍କୁ ଆକ୍ରମଣ କରାଯାଇଛି। ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି।
ପୁରୀଜିଲ୍ଲା ପିପିଲି ସବଡିଭିଜନ ଅଧୀନ ସେକ୍ସନ ୱାନ ବିଲ ଆଦାୟକାରୀ ଟିମ କର୍ମଚାରୀଙ୍କୁ ବାଲିପାଟଣା ଥାନା ମୁକୁନ୍ଦଦାସପୁରର ଜଣେ ଉପୋଭୋକ୍ତା ଆଜି ନିର୍ଧୁମ ମାଡ଼ ମାରିଛନ୍ତି। ପିପିଲି ବିଦ୍ୟୁତ ବିଭାଗ ଟିମର ଡିସି ମୁଖ୍ୟ ଅବସର ପ୍ରାପ୍ତ ସେନା କର୍ମଚାରୀ ପଦ୍ମ ଚରଣ ପ୍ରଧାନଙ୍କ ନେତୃତ୍ୱରେ ବୋଲେରୋରେ ମୁକୁନ୍ଦଦାସପୁରକୁ ବକେୟା ବିଲ୍ ଆଦାୟ କରିବାକୁ ଯାଇଥିଲେ। ଗାଁରେ ପଶିବା ବାଟରେ ସ୍ଥାନୀୟ ୱାର୍ଡ ସଭ୍ୟ ମହମ୍ମଦ ସାମ୍ ସୁଦିନ୍ ଓରଫ ବାଦଶାହା ହୁକ ପକାଇ ଘରକୁ ଚୋରାରେ ଲାଇନ ନେଇଥିଲେ।
ବିଲ ଆଦାୟକାରୀ ଟିମର ଏମ୍ବିସି ସୁପରଭାଇଜର ରାଜେଶ ସାହୁ ବକେୟା ବିଦ୍ୟୁତ ବିଲ୍ ମାଗିବା ସହ ଲାଇନ କାଟିବାକୁ କହିଥିଲେ। ଏଥିରେ ବାଦଶାହା ଉତକ୍ଷିପ୍ତ ହୋଇ ରାଜେଶଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାଉଁଶମୂଳିରେ ନିର୍ଧୁମ ମାଡ଼ ମାରିଥିଲେ।
ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିବା ସହ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପଟରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ବିଦ୍ୟୁତ୍ ବିଲ୍ ସଂଗ୍ରହ କରୁଥିବା କର୍ମଚାରୀଙ୍କ ମନରେ ଭୟ ସୃଷ୍ଟି ହୋଇଛି।
Crime | Khordha