କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଚାଞ୍ଚଲ୍ୟ। ଏଠାକାର ରେଳବାଇ କଲୋନୀରେ ଏକ ହତ୍ୟାକାଣ୍ଡ ଘଟିଛି।ସଂଘବଦ୍ଧ ଆକ୍ରମଣରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ଥିବା ଜଣାଯାଇଛି।
 ଜଣେ ଦିନ ମଜୁରିଆ ଶ୍ରମିକଙ୍କୁ ୪ ଜଣ ଦୁର୍ବୃତ୍ତ ମିଶି ଲୁହା ଛଡ଼ରେ ଭୁସି ହତ୍ୟା କରିଛନ୍ତି। ଦୁର୍ବୃତ୍ତଙ୍କ ଟାର୍ଗେଟ ଥିଲେ ପୁରା ପରିବାର। ଏଣେ ମୃତକଙ୍କ ସ୍ତ୍ରୀ ଓ ଝିଅ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ଲୋଚନ ବଇପାରି ତଳ ଚମ୍ପୀ ଗାଁର ବୋଲି ଜଣାଯାଇଛି। ଲକ୍ଷ୍ମୀପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବିଳମ୍ବିତ ରାତିରେ ସଂଘଠିତ ଏହି ଜଘନ୍ୟ ହତ୍ୟାକାଣ୍ଡ ସହ ସଂପୃକ୍ତ ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ଲକ୍ଷ୍ମୀପୁର ପୁଲିସ ପଚରାଉଚରା କରୁଛି।