ପାରାଦୀପ:  ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା। ହାଇଓ୍ବା ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ଘଟଣାର ତଦନ୍ତ ଚଳାଇଛି ପୁଲିସ | ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ |

Advertisment

ବନ୍ଦର ନିଷିଦ୍ଧାଞ୍ଚଳରେ ଜଣେ ସୁପରଭାଇଜରଙ୍କୁ ଚାପି ଦେଇଛି ହାଇୱା | ଘଟଣା ସ୍ଥଳରେ ହିଁ ସୁପରଭାଇଜରଙ୍କର ମୃତ୍ୟୁ ହୋଇଛି | କୁଜଙ୍ଗ ପାନପଲ୍ଲୀ ଅଞ୍ଚଳର ଭ୍ରମରବର ସ୍ୱାଇଁ ଗତକାଲି ସବୁଦିନ ଭଳି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଦଶ ନମ୍ବର କୋଇଲା ପ୍ଳଟରେ ଡିଉଟି କରୁଥିଲେ | ଏକ ଚେୟାରରେ ବସି ସିଏ ଲେଖାଲେଖି କରୁଥିବା ବେଳେ ଏକ ହାଇୱା ଗାଡ଼ି ବ୍ୟାକ୍ କରିବା ସମୟରେ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା କୁହାଯାଉଛି | ତେବେ ସେଠାରେ ଥିବା ତାଙ୍କର ଅନ୍ୟ ସହଯୋଗୀ ଓ ଡ଼୍ରାଇଭରମାନଙ୍କ ସହାୟତାରେ ତାଙ୍କୁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରିଛନ୍ତି। ନେହେରୁବଙ୍ଗଳା ସାମୁଦ୍ରିକ ଥାନା ପକ୍ଷରୁ ହାଇଓ୍ବା ଗାଡ଼ିକୁ ଜବତ କରାଯିବା ସହିତ ତଦନ୍ତ ଆରମ୍ଭ କରିଛି। ଗାଡ଼ିର ଡ଼୍ରାଇଭର ଫେରାର ହୋଇଯାଇଛନ୍ତି।