ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ଏକର ଏକର ଜମିରେ ଗଂଜେଇ ଚାଷ କରାଯାଉଛି। ଏହି ଚାଷ ବେଆଇନ ବୋଲି ଜାଣିଥିଲେ ମଧ୍ୟ ଲୋକେ ଅଧିକା ଟଂକା ରୋଜଗାର ଆଶାରେ ଏହି ଚାଷକୁ ଛାଡ଼ି ପାରୁନାହାନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ତରଫରୁ ଏହି ଚାଷକୁ କିପରି ଲୋକେ ବନ୍ଦ କରି ନିଜର ପାରଂପାରିକ ଚାଷ ଏବଂ ପନିପରିବା ଚାଷ ଉପରେ ପୁଣି ନିର୍ଭର କରିବେ ସେନେଇ ଲୋକଙ୍କୁ ସଚେତନ କରାଯାଉଛି।
ଏହି କ୍ରମରେ ମାଲାକନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ସ୍ବାଭିମାନ ଅଂଚଳର ଦୁର୍ଗମ ତଥା ସବୁଠାରୁ ଦୂରରେ ରହିଥିବା ଯନ୍ତ୍ରୀ ପଞ୍ଚାୟତକୁ ଯାଇଥିଲେ। ଏହି ପଞ୍ଚାୟତର ପ୍ରାୟତଃ ସମସ୍ତ ଗ୍ରାମରେ ଲୋକେ ଗଂଜେଇ ଚାଷ ଉପରେ ହିଁ ନିର୍ଭର କରି ଚଳନ୍ତି। ତେବେ ଉପଜିଲ୍ଲାପାଳ ଶ୍ରୀ ଭୋଇ କିନ୍ତୁ ଏହି ପଞ୍ଚାୟତର ଡାବଗୁଡା, ଯନ୍ତ୍ରୀ, ଡକରାବେଡା, ଆରଲିଂଙ୍ଗପଡା, ଟାଟମଞ୍ଜରି,ଟାବେର, ମାରିୱାଡା ଭଳି ଗ୍ରାମ ପରିଦର୍ଶନ କରି ଲୋକଙ୍କୁ ବିଭିନ୍ନ ପନିପରିବା ଚାଷ କରିବା ନେଇ ବୁଝାଇଥିଲେ।
/sambad/media/media_files/2025/02/13/mkg-swabiman-area-re-sub-collector.jpg)
ଏହି ଅଂଚଳର ଲୋକଙ୍କୁ କିପରି ମହାତ୍ମଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବୃକ୍ଷରୋପଣ, ଜଳସେଚନର ସୁବିଧା, ମଞ୍ଜି ପ୍ରଦାନ, ପିଇବା ପାଣିର ବ୍ୟବସ୍ଥା, ଶିକ୍ଷା, ରାସ୍ତା ଇତ୍ୟାଦି ହେବ ସେନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଲୋକେ କିପରି ଗଂଜେଇ ଚାଷରୁ ମୁହଁ ଫେରାଇ ନେବେ ସେନେଇ ସେ ଲୋକଙ୍କୁ ଡାକି ସଭାକରି ବୁଝାଇଥିଲେ। ପନିପରିବା ଚାଷ କରିବା ସହ ନିଜର ପାରଂପାରିକ ଚାଷକୁ ପୁଣି ଆପଣେଇବାକୁ ବୁଝାଇଥିଲେ।
/sambad/media/media_files/2025/02/13/mkg-swabiman-area-re-sub-collector2.jpg)
ସେତୁ ଯୋଜନାରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯିବା ନେଇ କହିଥିଲେ। ଗାଁରେ କିପରି ବିଦ୍ୟୁତ ସେବା ଲାଗିବ ଏବଂ ସରକାରଙ୍କର ସମସ୍ତ ଯୋଜନାକୁ ଏଠାରେ ଅଣାଯିବା ନେଇସେ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମକ କରି କୌଣସି ସରକାରୀ ବାବୁ ଯନ୍ତ୍ରୀ ପଞ୍ଚାୟତରେ ପାଦ ଦେଇଥିବାରୁ ଲୋକେ ମଧ୍ୟ ବେଶ ଖୁସି ରହିଥିଲେ। ଏହି ଅଂଚଳ ସଂପୂର୍ଣ୍ଣ ନକ୍ସଲ ପ୍ରବଣ ସହ ନକ୍ସଲଙ୍କର ଦବଦବା ରହିଥିଲା। କୌଣସି ସରକାରୀ ବାବୁ କିମ୍ବା ପୁଲିସ ଏହି ଅଂଚଳକୁ ଗସ୍ତ କରିପାରୁନଥିଲେ।
ଉପଜିଲ୍ଲାପାଳ ସାହସିକତାର ସହ ଏହି ଅଂଚଳର ସମସ୍ତ ଗ୍ରାମ ବୁଲି ଲୋକଙ୍କୁ ସରକାରୀ ଯୋଜନା ସଂପର୍କରେ ଅବଗତ କରାଇବା ସହ ଆଗକୁ କିପରି ସବୁ ଯୋଜନା ହାତେଇବେ କହିଥିଲେ। ସେ ନିୟମିତ ସ୍ବାଭିମାନ ଅଂଚଳର ସମସ୍ତ ଦୁର୍ଗମ ଅଂଚଳ ବୁଲି ଲୋକଙ୍କୁ ସରକାରୀ ଯୋଜନା କିପରି ପାଇବେ ଏବଂ ସେମାନଙ୍କ ସେ ସହଯୋଗ କରିବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/13/mkg-swabiman-area-re-sub-collector1.jpg)