ନବରଙ୍ଗପୁର: ଜିଲ୍ଲାର ଲାଇଫଲାଇନ୍ ରାସ୍ତା ହେଉଛି ନବରଙ୍ଗପୁରରୁ ଉମରକୋଟ ୪୦ ନମ୍ବର ରାଜ୍ୟ ରାଜପଥ। ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ଏହାରି ମଧ୍ୟରେ ନବରଙ୍ଗପୁର ପୂର୍ତ୍ତବିଭାଗ ଡିଭିଜନ୍ ଅଧିନରେ ରାସ୍ତାର ପ୍ରଶସ୍ତୀକରଣ କାମ ଜାରି ରହିଛି। ଏହି ରାସ୍ତାରେ ଧୋଡ୍ରା ନିକଟରେ ନାଙ୍ଗି ନଦୀ ଓ ଜଟାବାଲ ନିକଟର ପେଟଫୁଲା ନାଳ ଉପରେ ହାଇଲେଭେଲ ବ୍ରିଜ୍ କାମ ଚାଳିଛି। ଯାନବାହନ ଯିବା ଆସିବା ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା।
ଗତମାସର ଲଗାଣ ବର୍ଷାରେ ଏହୁ ଦୁଇ ଅସ୍ଥାୟୀ ପୋଲ ଭାସିଯାଇଛି। ଫଳରେ ନବରଙ୍ଗପୁରରୁ ଉମରକୋଟ ସିଧାସଳଖ ଯିବା ସମ୍ଭବ ପର ହେଉନି। ଗତ ୨ଦୁଇ ସପ୍ତାହ ହେବ ୪୦ ନମ୍ବର ରାଜ୍ୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଭାରୀଯାନ, ଟ୍ରକ ଚଳାଚଳ ବନ୍ଦ ରହିଥିବା ବେଳେ ବସ ଓ ଅନ୍ୟ ଛୋଟ ଯାନବାହାନ ଗୁଡିକ ୩କିଲୋମିଟର ଯିବା ସ୍ଥାନରେ ୨୦ରୁ ଉର୍ଦ୍ଧ୍ବ କିଲୋମିଟର ବୁଲି ଯିବା ଆସିବା କରୁଛନ୍ତି। ଅଯଥାରେ ଖର୍ଚ୍ଚାନ୍ତ ସହ ସମୟ ଅପଚୟ ହେଉଛି।
ଗତ ୨୪ତାରିଖ ଦିନ ପ୍ରବଳ ବର୍ଷାରେ ଜଟାବାଲ ଫେଟପୁଲା ନାଳ ଏବଂ ଧୋଡ୍ରା ନିକଟର ନଙ୍ଗୀନଦୀ ପାର୍ଶ୍ବ ଅସ୍ଥାୟୀ ପୋଲ୍ ଧୋଇ ଯାଇଥିଲା। ଗତ ୧୪ଦିନ ଧରି ଉଭୟ ରାସ୍ତାରେ ଲୋକେ ଯିବା ଆସିବା କରିବା ବହୁତ ମୁସ୍କିଲ ହୋଇ ପଡ଼ିଛି। ଏହି ରାସ୍ତା ଦେଇ ଭାରୀଯାନ ଚଳାଚଳ ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଯାଇଛି। କିଛି ଗାଡ଼ି ପାପାଡାହାଣ୍ଡିରୁ ଜାମ୍ବଗୁଡ଼ା–ମାନିଗାଁ ଦେଇ ଡାବୁଗାଁ ମେଦେନା ଝରିଗାଁ ଦେଇ ଉମରକୋଟ ଯାଉଛନ୍ତି। ଆଉ କିଛି ଗାଡ଼ି ମଇଦଲପୁରରୁ ଡାବୁଗାଁ ମେଦେନା ଝରିଗାଁ ଦେଇ ଉମରକୋଟ ଯିବା ଆସିବା କରୁଛନ୍ତି। ଉଭୟ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ହୋଇଥିବା ବେଳେ ଏତେ ସଂଖ୍ୟକ ଗାଡ଼ି ଯିବା ଆସିବା କରିବା ଫଳରେ ରାସ୍ତା ବି ଖରାଫ ହେବାକୁ ଲାଗିଲାଣି। କିଛି ଲୁପଲାଇନ୍ ରାସ୍ତା ଖରାଫ ଥିବାରୁ ଗାଡ଼ି ଚଳାଚଳ ଅଚାନକ ବୃଦ୍ଦି ପାଇବା ଫଳରେ ଫଟହଲ ହେବା ସହ ବ୍ରିଜ ଗୁଡିକର ସଂଯୋଗ ନିକଟରେ ଦବିବା ଦେଖିବାକୁ ମିଳିଛି।
/filters:format(webp)/sambad/media/media_files/2025/07/08/ngp-jotabal-2025-07-08-20-34-56.jpg)
ଅପରପକ୍ଷରେ ବସ୍ ଗୁଡିକ ଅଧିକା କିଲୋମିଟର ବୁଲି ଯାଉଥିବାରୁ ଅଧିକା ଯାତ୍ରୀ ଭଡା ନେଉଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହା ସହ ଉମରକୋଟ ଯିବା ପାଇଁ ପୂର୍ବରୁ ଅଧିକା ଘଣ୍ଟାଏ ଲାଗୁଛି। ଜଟାବାଲ ଫେଟପୁଲା ନାଳ ଉପରେ ୬କୋଟି ୯୯ଲକ୍ଷ ଟଙ୍କାରେ ହାଇଲେଭେଲ ବ୍ରିଜ୍ ନିର୍ମାଣ କରାଯାଉଛି। ୮୦ମିଟର ଲମ୍ବ ଓ ୧୨ମିଟର ଓସାରରେ ଏହି ବ୍ରିଜର ନିର୍ମାଣ ଜାରି ରହିଛି। ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ତଥା ଡିଜାଇନ୍ ଆଦି ପାସ୍ ହେବା ପାଇଁ କିଛି ସମୟ ସରିଛି। ତେଣୁ ଧାର୍ଯ୍ୟ ସମୟ ସରିଯାଇଛି। ଆଉ ବର୍ଷା ନହେଲେ ୩ଦିନ ମଧ୍ୟରେ ଜଟାବାଲ ନିକଟର ଡାଇଭରସନ୍ ପୋଲ କାମ ସରିବ ଏବଂ ଯାନବାହନ ଚଳାଚଳ ଉପଯୋଗ ହୋଇ ପାରିବ ବୋଲି କହିଛନ୍ତ ପୂର୍ତ୍ତବିଭାଗର ଯନ୍ତ୍ରୀ ହରେକୃଷ୍ଣ ରାଉତ। ଠିକା ସଂସ୍ଥା ପକ୍ଷରୁ ଅସ୍ଥାୟୀ ଡାଇଭରସନ୍ ପୋଲଲ ନିର୍ମାଣ କାମ ଦିନ ରାତି ଏକ କରି କରୁଥିବା କହିଛନ୍ତି ଯନ୍ତ୍ରୀ ଶ୍ରୀ ରାଉତ।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/08/nabarangpur-road-2025-07-08-20-28-11.jpg)