ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ତେଲେନ ନଦୀ ବ୍ରିଜ ନିକଟରୁ ପାନପାଲି କାଳୀଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା। ରାସ୍ତା ମଝିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ଥିବାରୁ ବର୍ତ୍ତମାନ ଚାରି ଚକିଆ ଯାନ ଯିବାଆସିବା ସମ୍ଭବ ହେଉ ନାହିଁ।
ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଉକ୍ତ ଗାତରେ ପଶିଯିବାରୁ ବାହାରି ପାରି ନ ଥିଲା। ଦମକଳ ବାହୀନି ପହଁଞ୍ଚି ବହୁଚେଷ୍ଟା କରିବା ପରେ ଗାତରୁ ବାହାରିଥିଲା ଆମ୍ବୁଲାନ୍ସ। ଏହି ରାସ୍ତାର ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତା କାର୍ଯ୍ୟ ଦୁଇ ବର୍ଷ ନ ଯାଉଣୁ ରାସ୍ତାରେ ଗର୍ତ୍ତ ମାନ ସୃଷ୍ଟି ହୋଇଛି।
ଆରଡି ବିଭାଗର ଯନ୍ତ୍ରୀ ଖଗେଶ୍ୱର ମେହେର କହିଛନ୍ତି ଦିନେ କି ଦୁଇ ଦିନ ଭିତରେ ମରାମତି ହୋଇଯିବ। ପାନପାଲି ଗ୍ରାମର ଯୋଗେଶ୍ୱର ଦିହିରିଆ, ପ୍ରୀତିରଞ୍ଜନ ବୁଡା, ମୁକୁନ୍ଦ ବେଶନ, ଯଶକେତନ ସିଂ, ଆଲୋକ ସିଂ, ଜୟରାମ ଜୟପୁରିଆ କହିଛନ୍ତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କର ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ମରାମତି ହେବାର କିଛି ବର୍ଷ ନ ଯାଉଣୁ ପୁଣି ରାସ୍ତା ଖରାପ ହୋଇଯାଉଛି। ଏହି ରାସ୍ତା ନିର୍ମାଣରେ ଦୁର୍ନୀତିକୁ ନେଇ ଭିଜିଲାନ୍ସ ତଦନ୍ତ ହେବା ଜରୁରୀ। ଜିଲ୍ଲାପାଳ ଏହାର ଉପରେ ତଦନ୍ତ କରି ଉକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭବିଷ୍ୟତରେ କେହି ଏପରି ନିମ୍ନମାନର କାର୍ଯ୍ୟ କରିବେ ନାହିଁ।
Jharsuguda