ରାଉରକେଲା: ବର୍ଷବର୍ଷ ହେଲା ମଦ ବେପାରରେ ମାତିଥିଲେ। ଶେଷରେ ଏମାନଙ୍କ ଉପରେ ଅବକାରୀ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ମଦ ରାନ୍ଧିବା ଓ ବିକ୍ରି କରିବା ଅଭିଯୋଗରେ ରାଉରକେଲା ଅବକାରୀ ପୁଲିସ ୮ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।
ଅଭିଯୁକ୍ତମାନେ ହେଉଛନ୍ତି ଖୁଣ୍ଟଗାଁର ଭାଗିରଥୀ ଲାଖୁଆ(୫୦), ଲାଲୁ ଲାଖୁଆ(୩୫), ତୁନ୍ଦ୍ରାର ସାବିତ୍ରୀ କୁମ୍ଭାର(୩୪), କାଳେଶ୍ବର କୁମ୍ଭାର(୨୫), ଖୀଦା ବଡ଼ାଇ(୫୦), ଦୁଣ୍ଡା କୁମ୍ଭାର(୪୫), ସୁଇଡିହିର ବିଜୟ ସିଂହ(୩୭) ଓ ଟାଙ୍ଗରପାଲୀର ମୁଗିଆ ଓରାମ(୪୧)। ଅଭିଯୁକ୍ତଙ୍କ ପାଖରୁ ୨୮୨ ଲିଟର ଦେଶୀ ମଦ ଓ ୨୭୫୦ କେଜି ମହୁଲପୋଚ ଓ ଗୋଟିଏ ମୋଟର ସାଇକଲ ଜବତ ହୋଇଛି।
ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ହେଲା ସୁଇଡିହି, ଟାଙ୍ଗରପାଲି, ଖୁଣ୍ଟଗାଁ, କୁନ୍ଦୁରା ଅଞ୍ଚଳରେ ଦେଶୀ ମଦ ରାନ୍ଧୁଥିଲେ। ଉକ୍ତ ଦେଶୀ ମଦକୁ ରାଉରକେଲା ସହର ଭିତରକୁ ଚୋରାଚାଲାଣ କରୁଥିଲେ। ସହରର ବିଭିନ୍ନ ବସ୍ତି ତଥା ଛୋଟବଡ଼ ଢାବାକୁ ଯୋଗାଉଥିଲେ।
ଏନେଇ ସୂଚନାପାଇ ଅବକାରୀ ପୁଲିସ ଆଜି ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉବେଳେ ଅଭିଯୁକ୍ତମାନେ ମଦ ତିଆରିରେ ମସଗୁଲ୍ଥିଲେ। ଘଟଣାସ୍ଥଳରୁ ୮ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିବାବେଳେ କିଛି ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/RzBiOpRK7fQwtThFQVwM.jpeg)