ଭୁବନେଶ୍ବର: ‘ସମ୍ବାଦ’ ପକ୍ଷରୁ ରାଜଧାନୀ ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଷଷ୍ଠ ଯୋଗାଥନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ଯୋଗ ଦେଇଥିବା ବେଳେ ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ଅପକମିଂ ସିନେମା ‘ରାକେଟ୍’ର ନାୟକ ଦୁଷ୍ମନ୍ତ ଓ ନାୟିକା ଅର୍ଲିନ୍ ଅଙ୍କିତା ଅତିଥି ଭାବେ ଯୋଗ ଦେଇ ଯୋଗ ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଏହାଛଡ଼ା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିର୍ଦ୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକ ମଧ୍ୟ ଏଥିରେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ।
‘ସମ୍ବାଦ’ ପକ୍ଷରୁ ରାଜଧାନୀ ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଷଷ୍ଠ ଯୋଗାଥନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ଯୋଗ ଦେଇଥିବା ବେଳେ ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ଅପକମିଂ ସିନେମା ‘ରାକେଟ୍’ର ନାୟକ ଦୁଷ୍ମନ୍ତ ଓ ନାୟିକା ଅର୍ଲିନ୍ ଅଙ୍କିତା ଅତିଥି ଭାବେ ଯୋଗ ଦେଇ ଯୋଗ ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଏହାଛଡ଼ା ସମ୍ବାଦର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର୍ ପଟ୍ଟନାୟକ ମଧ୍ୟ ଏଥିରେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ।
ଏଥିରେ ୪୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ପ୍ରକାର ଯୋଗ ଆସନ, ପ୍ରାଣାୟମ, କ୍ରିୟା ଆଦି କରାଯାଇଥିଲା। ଯୋଗ କେଉଁ ଭଳି ଶରୀରକୁ ସୁସ୍ଥତା ସହିତ ମାନସିକ ସୁସ୍ଥତାରେ ମଧ୍ୟ ସହାୟକ ହୋଇଥାଏ ତାହା ଏଥିରେ ଆଲୋଚନା କରାଯାଇଥିଲା।