ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଦପୁର ଉପକଣ୍ଠ ଆଳଦିଆ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯାତ୍ରାପାର୍ଟି କଳାକାରଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଏହି ଘଟଣାରେ ଶୁକ୍ରବାର ଅପରାହ୍ନ ତିନିଟାରେ ପୁଲିସ ମୃତଦେହ ଜବତକରି ବ୍ୟବଛେଦ ପାଇଁ ପଠାଇଛି। ମୃତକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ଗ୍ରାମର ସଦାଶିବ ଖୁଣ୍ଟିଆଙ୍କ ପୁଅ ଦିବେଶ ଖୁଣ୍ଟିଆ (୨୨)।
ଦିବେଶ ଯାତ୍ରାପାର୍ଟି କଳାକାର ଭାବରେ କାମ କରିଥିବା ବେଳେ ବୈଦପୁର ଉପକଣ୍ଠ ଆଳଦିଆ ଗାଁରେ ରହି ଯାତ୍ରା ଶିଖୁଥିଲେl ଶୁକ୍ରବାର ଦିବେଶ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ।
ଦିବେଶ ଯାତ୍ରାପାର୍ଟି କଳାକାର ଭାବରେ କାମ କରିଥିବା ବେଳେ ବୈଦପୁର ଉପକଣ୍ଠ ଆଳଦିଆ ଗାଁରେ ରହି ଯାତ୍ରା ଶିଖୁଥିଲେl ଶୁକ୍ରବାର ଦିବେଶ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବୈଶିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/zoVnGyOVb9hUTElx2gpo.jpg)