କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ସୋଢାମାଲ ପଞ୍ଚାୟତ ମହାଦେବ ପାଳି ଶିବ ମନ୍ଦିର ପାଖ ଭେଡେନ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ଜଣେ ନିଖୋଜ ଅଛନ୍ତି। ନିଖୋଜ ଥିବା ବ୍ୟକ୍ତି ହେଉଛନ୍ତି ବ୍ରଜରାଜନଗର ଅଞ୍ଚଳର ବିକାଶ ସାହୁ (୨୭)।
ଆଜି ଓଡ଼ିଶା ବନ୍ଦ ଡାକରା ହେତୁ ଝାରସୁଗୁଡ଼ାରେ ସଵୁ ବନ୍ଦ ରହିଥିଲା। ଝାରସୁଗୁଡ଼ା ଆକ୍ସସିସ୍ ବ୍ୟାଙ୍କରେ କାର୍ଯ୍ୟରତ ବିକାଶଙ୍କ ସମେତ ଆଉ ୩ ଜଣ ମହିଳା କର୍ମଚାରୀଙ୍କ ସମେତ ୬ ଜଣ ବୁଲିବା ପାଇଁ କୋଲାବିରା ମହାଦେବ ପାଳି ରାନୀଦର୍ହରେ ପହଞ୍ଚି ଥିଲେ। ସେଲ୍ଫି ନେବା ସମୟରେ ପ୍ରଖର ଜଳସ୍ରୋତରେ ବିକାଶ ପଡ଼ି ଭାସି ଯାଇଥିଲେ।
ଅନ୍ୟପଟରେ ଆଉ ଜଣେ ମହିଳା ଭାସି ଯାଉଥିବା ହେଲେ ସ୍ଥାନୀୟ ଜଣେ ଯୁବକ ଉଦ୍ଧାର କରିଥିଲେ। ଦମକଳବାହିନୀ ଓ କୋଲାବିରା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ନିଖୋଜ ବିକାଶଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ରିପୋର୍ଟ ଲେଖାଯିବା ବେଳକୁ ଦମକଳବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି।
Jharsuguda
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/17/jsg1-2025-07-17-19-17-56.jpg)