ରାଉରକେଲା/ସୋର/କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳାଶୟରେ ରବିବାର ଦିନ ଅଘଟଣ ଘଟିଛି। ସୁନ୍ଦରଗଡ଼ରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର ଜିଲ୍ଲା ସୋରରେ ଶିଶୁପୁତ୍ରର ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ସେହିପରି କଟକରେ କାଠଯୋଡ଼ିରେ ୨ ଜଣ ଯୁବକ ନିଖୋଜ ହୋଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ କୋଏଲ ନଦୀର ପ୍ରଧାନପାଲି ଘାଟ ନିକଟରେ ଆଜି ଭୋର୍ ସମୟରେ ସ୍ଥାନୀୟ ଚେନ୍ପୁର ଗାଁର ସୁରେଶ ବେହେରାଙ୍କ ଝିଅ ଅନାସି ବେହେରା ମାଛ ଧରିବାକୁ ଯାଇଥିଲେ। ସେଠାରେ କୌଣସି କାରଣ ବଶତଃ ତାଙ୍କ ଗୋଡ଼ ଖସି ଯାଇ ସେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ନଦୀରେ ଭାସୁଥିବା ଦେଖିବାପରେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଛେଣ୍ଡ ଥାନା ପୋଲିସ ପହଞ୍ଚି ଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ଘଟଣାସ୍ଥଳରେ ଛେଣ୍ଡ ଥାନା ଓ କୁଆଁରମୁଣ୍ଡା ଥାନାର ମଝିରେ ଥିବାରୁ ଏହା କୁଆଁରମୁଣ୍ଡା ଥାନାର ଦାୟିତ୍ଵ କହି ଘଟଣାସ୍ଥଳରୁ ଛେଣ୍ଡ ପୁଲିସ ଫେରିଯାଇଥିଲା। ସେପଟେ କୁଆଁରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାକୁ ବହୁତ୍ ବିଳମ୍ବ ହୋଇଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ କେଉଁ ଭଳି ସ୍ଥିତିରେ ଏହି ଘଟଣା ଘଟିଲା ଏନେଇ ପୁଲିସ ଏବେ ତଦନ୍ତ ଜାରି ରଖିଛି।
କଟକ ନିକଟ କାଠଯୋଡ଼ିରେ ଗାଧୋଇବା ବେଳେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ନିଖୋଜ ଅଛନ୍ତି। ସିଡିଏସ୍ଥିତ ବୀରେନ୍ ମିତ୍ର ପାର୍କ ନିକଟକୁ ଆଜି ୪ ଜଣ ଯୁବ ଇଂଜିନିୟର ଗାଧୋଇବାକୁ ଯାଇଥିଲେ। ମୃତ ଓ ନିଖୋଜ ଯୁବକ ଦ୍ବୟ ମହାରାଷ୍ଟ୍ରର ନିବାସୀ ଥିଲେ। ଏମାନେ କଟକ ଏସ୍ସିବିର ନିର୍ମାଣାଧୀନ କାମରେ ନିୟୋଜିତ ଥିଲେ। ତେଣୁ ପାଣିର ଗଭୀରତା ସଂପର୍କରେ ଅବଗତ ନଥିଲେ। ନିଖୋଜ ଯୁବକଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛି।
ଅନ୍ୟ ଏକ ଅଘଟଣ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ନିକଟ କଳମଙ୍ଗା ଗ୍ରାମରେ ଘଟିଛି। ଶ୍ରୀକାନ୍ତ ବେହେରାଙ୍କ ପୁଅ ଅଂଶୁମାନ ବେହେରା (୨) ଆଜି ମଧ୍ୟହ୍ନରେ ଖେଳୁଥିବା ବେଳେ ଘର ପଛପଟ ପୋଖରୀରେ ବୁଡିଯାଇଥିଲା। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଉକ୍ତ ପୋଖରୀରୁ ଅଂଶୁମାନକୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ୬୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
Accident | Cuttack
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/18/8abuKOPg96ncK1vPzRQh.jpg)