କୁଜଙ୍ଗ: ଆଜି ମଧ୍ୟାହ୍ନ ସମୟରେ କୁଜଙ୍ଗ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଗଂଜାମ ଶେରଗଡ ଅଂଚଳର ଜନୈକ ଯୁବକ କୁଜଙ୍ଗ ଥାନା ଅଂଚଳର ମହିଳାଙ୍କ ତଣ୍ଟି,ଗାଲ ଓ ହାତକୁ ତୀକ୍ଷ୍ନ ଛୁରୀରେ କାଟି ହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାରକରି କୁଜଙ୍ଗ ମେଡିକା ରେ ଭର୍ତ୍ତ କରିଥିବା ବେଳେ ଅଭିଯୁକ୍ତ ଯୁବକକୁ ଥାନା ଜିମା ଦେଇଛନ୍ତି l ଯୁବକ ଜଣକ ମଧ୍ୟ ଲୋକମାନଙ୍କ ମାଡ଼ରେ ଆହତ ହୋଇ ମେଡିକାଲରେ ରହିଥିହା ଜଣା ପଡିଛି l
ପ୍ରକାଶ ଯେ, କୁଜଙ୍ଗ ଥାନା ଚରଦିଆ ଗ୍ରାମର ଟୁକୁନା ରାଉତଙ୍କ ଝିଅ ପ୍ରଭାତୀ ଏହି ଥାନା ଅନ୍ତର୍ଗତ ରାଉତ ତନ୍ତିଆ ଗ୍ରାମରେ ବିବାହ କରିଥିଲେ। ସେମାନେ ବିବାହ ପରେ କୌଣସି କାରଣପାଇଁ ଗଂଜାମ ଶେରଗଡ ଠାରେ ରହୁଥିଲେ l ଏହି ସମୟରେ ତାଙ୍କର ସେହି ଅଂଚଳର ରାଜେଶ କୁମାର ବେହେରାଙ୍କ ସହିତ ପରିଚୟ ହୋଇଥିଲା । ତେବେ ପ୍ରଭାତୀ ଓ ତାଙ୍କ ସ୍ବାମୀ ଏବେ ନିଜର ଶାଶୂ ଘରେ ଅବସ୍ଥାନ କରୁଛନ୍ତି । ତେବେ ଶେରଗଡ ଅଂଚଳର ରାଜେଶ ଓ ତାର ଦୁଇ ସହଯୋଗୀ କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ରେଳବାଇ କ୍ରସିଂ ନିକଟରେ ସାକ୍ଷାତ ହୋଇଥିଲା l ତେବେ ସେମାନଙ୍କ ମଧ୍ୟରେ କଣ କଥାବାର୍ତ୍ତା ହେଲା କେଜାଣି ହଠାତ ଯୁକ୍ତିତର୍କ ଓ ଟଣାଓଟରା ହୋଇଥିଲା l ଫଳରେ ରାଜେଶ ହଠାତ ଏକ ଧାରୁଆ ଛୁରୀ ବାହାରକରି ମହିଳାଙ୍କୁ ଆକ୍ରମଣ କରିଥିଲା l ଏଥିରେ ମହିଳାଙ୍କ ତଣ୍ଟିରେ ଗଭୀର କ୍ଷତ ହେବା ସହିତ ଗାଲ,ହାମ ଗାତରେ ମଧ୍ଯ ଗଭୀର କ୍ଷତ ହୋଇଥିଲା ।
ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ଜମା ହୋଇ ରାଜେଶକୁ କାବୁ କରିନେଇଥିଲେ ଓ ତାଙ୍କୁ ଖୁବ୍ ମାଡ଼ ମାରିଥିଲେ l ସେହିପରି ଆମ୍ବୁଲାନ୍ସ ଡକାଇ ଗୁରୁତର ଅବସ୍ଥାରେ ପଡିଥିବା ପ୍ରଭାତୀଙ୍କୁ କୁଜଙ୍ଗ ମେଡିକାଲକୁ ପଠାଇଥିଲେ l ପ୍ରଭାତୀକୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l ସେହିପରି ଲୋକଙ୍କ ମାଡ଼ରେ ଆହତ ଅଭିଯୁକ୍ତ ରାଜେଶ ମଧ୍ୟ କୁଜଙ୍ଗ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତର ଦୁଇ ସହଯୋଗୀ କେଉଁଆଡେ ଫେରାର ହୋଇଯାଇଛନ୍ତି l ତେବେ ଅର୍ଥ ଦେଣନେଣ ନେଇ ବୋଧହୁଏ ସେମାନଙ୍କ ମଧ୍ୟରେ କୌଣସି ବିବାଦ ରହିଥିବା ଅନୁମାନ କରାଯାଇଛି । କାରଣ ସେମାନେ କିଓସ୍କ ବ୍ୟାଙ୍କକୁ ଟଙ୍କା ଉଠାଣ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।