ସୋର: ବାଲେଶ୍ବର ଜିଲ୍ଲା ସୋରରେ ଏବେ ବ୍ୟାପକ ମାତ୍ରାରେ ନିଶା କାରବାର ହେଉଛି। ଗାଁ ଠୁ ସହର ସବୁଠି ନିଶାଡ଼ିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବିଶେଷ କରି ସୋର ପଠାଣମହଲା ଏବେ ନିଶାବ୍ୟବସାୟୀଙ୍କ ପାଇଁ ଭୁସ୍ୱର୍ଗ ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ। ଆଜି ଏଠାରେ ଧଳାଜହର ବ୍ୟବସାୟ କରୁଥିବା ଜଣେ ଯୁବକଙ୍କୁ ଧରି ଗାଁ ଲୋକେ ସୋର ଅବକାରୀ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଗିରଫ ଅଭିଯୁକ୍ତ ହେଲା ରହିମତ। ତାଠାରୁ ୧୬୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି।
ବାଲେଶ୍ବର ଜିଲ୍ଲାକୁ ବ୍ରାଉନସୁଗାର ବେପାରର ପେଣ୍ଠସ୍ଥଳୀ କୁହାଯାଇଥାଏ। ପଡ଼େଶୀ ରାଜ୍ୟରୁ ବ୍ରାଉନସୁଗାର ଆଣି ବେପାରୀମାନେ ବାଲେଶ୍ବରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି।
ସୂଚନା ଅନୁସାରେ ଦୁଇ ଦିନ ତଳେ ସୋର ପୁଲିସ ପକ୍ଷରୁ ଏହି ଗ୍ରାମରେ ଚଢ଼ଉ କରାଯାଇ କିଣିବାକୁ ଆସିଥିବା ଜଣେ ଯୁବକଙ୍କୁ ବିଳମ୍ବିତ ରାତିରେ ଧରି ଥାନାରେ ଅଟକ ରଖାଯାଇଥିଲା। ଆଜି ଇଟୁଆ ଗ୍ରାମର ରହିମତ ଅଲ୍ଲୀ ପଠାଣମହଲା ଗ୍ରାମରେ କିଛି ଯୁବକଙ୍କୁ ଧଳାଜହର ବିକ୍ରି କରୁଥିଲେ। ଗାଁ ଲୋକେ ଏହି ସୂଚନା ପାଇଥିଲେ। ସେମାନେ ଯୋଜନା ମୁତାବକ ବ୍ରାଉନସୁଗାର ବେପାରୀକୁ କାବୁ କରି ଏକ ଘରେ ବନ୍ଦ କରି ରଖିଥିଲେ। ଏହା ପରେ ପୁଲିସ ଓ ଅବକାରୀ ବିଭାଗକୁ ଖବର ଦେଇଥିଲେ। ଅବକାରୀ ଅଧିକରୀ ଘଟଣାସ୍ଥଳରେ ପହଞ୍ଚି ରହିମତକୁ ଗିରଫ କରିବା ସହିତ ତାଠାରୁ ନିକଟରୁ ୧୬୦ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/08/new-project-23-2025-08-08-19-01-43.jpg)