ବସ୍ତା୨: ଜଣେ ପନ୍ଦର ବର୍ଷ ବୟସର ନାବାଳିକାଙ୍କୁ ତିନିଜଣ ନାବାଳକଙ୍କ ସହିତ ଜଣେ ୧୮ ବର୍ଷର ଯୁବକ ଦୁଷ୍କର୍ମ ଘଟଣାକୁ ନେଇ ବାଲେଶ୍ବର ଜିଲ୍ଲା ବସ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ନାବାଳକମାନଙ୍କୁ ପୁଲିସ ପଚରାଉଚୁରା କରୁଛି। ଯୁବକ ଜଣକ ନାବାଳିକା ବନ୍ଧୁକୁ ବୁଲାଇବା ବାହାନାରେ ଡାକିଥିଲା। ପରେ ଅନ୍ୟ ୩ ଜଣ ନାବାଳକଙ୍କ ଦ୍ବାରା ଦୁଷ୍କର୍ମ କରାଇଥିଲା।
ସାତ ମାସ ପୂର୍ବରୁ ଏହି ଅଞ୍ଚଳ ଜଣେ ପନ୍ଦର ବର୍ଷର ନାବାଳିକାଙ୍କୁ ତାଙ୍କର ପୁରୁଷ ବନ୍ଧୁ ବିଭିନ୍ନ ବାହାନା ବନାଇ ବୁଲିବା ପାଇଁ ନିଛାଟିଆ ସ୍ଥାନକୁ ନେଇଥିଲା। ସେଠାରେ ସେ ସଂଘବଦ୍ଧ ଭାବେ ଥିବା ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଅନ୍ୟ ତିନି ନାବାଳକ ଏକତ୍ରିତ ହୋଇଥିଲେ। ପରେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଚାରିଜଣ ତାଙ୍କୁ ଦୁଷ୍କର୍ମ କରିଥିଲେ। ଆଉ ଏଭଳି ଅନ୍ତରଙ୍ଗ ମୁହୂର୍ତ୍ତର ଅନ୍ୟବନ୍ଧୁମାନେ ଭିଡିଓ ଉତ୍ତୋଳନ କରିଥିଲେ।
ଚଳିତ ମାସ ୧୪ ତାରିଖରେ ସଂପୃକ୍ତ ଯୁବକଙ୍କ ସହିତ ତିନିଜଣ ନାବାଳକ ପୁଣି ନାବାଳିକାଙ୍କୁ ନିଛାଟିଆ ସ୍ଥାନକୁ ଡାକିଥିଲେ। ମାତ୍ର ନାବାଳିକା ଜଣକ ଯିବାକୁ ମନାକରିବାରୁ ସମ୍ପୃକ୍ତ ଅଭିଯୁକ୍ତମାନେ ନାବାଳିକାଙ୍କ ସହିତ ଘଟିଥିବା ପୂର୍ବ ଅନ୍ତରଙ୍କ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ। ମାତ୍ର ଏହି ଧମକ ପରେ ମଧ୍ୟ ନାବାଳିକା ଜଣକ ସଂପୃକ୍ତ ଅଭିଯୁକ୍ତମାନଙ୍କ ଦାବିକୁ ଶିକାର କରିନଥିଲେ। ପରେ ସଂପୃକ୍ତ ଚାରି ଅଭିଯୁକ୍ତ ନାବାଳିକାଙ୍କ ଭାଇର ମୋବାଇଲକୁ ନାବାଳିକାଙ୍କ କିଛି ଅନ୍ତରଙ୍ଗ ଫୋଟ ଭିଡିଓ ପଠାଇଥିଲେ।
ଏହି ଘଟଣା ସମ୍ପର୍କରେ ନାବାଳିକାଙ୍କ ଭାଇ ପରିବାର ଲୋକଙ୍କୁ ଅବଗତ କରାଇବା ପରେ ବିଗତ ଘଟଣାର ସମସ୍ତ ବିବରଣୀ ନାବାଳିକା ଠାରୁ ପରିବାର ଲୋକ ଜାଣି ପୀଡ଼ିତଙ୍କ ବାପା ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଏନେଇ ବସ୍ତା ଥାନା ରେ ୩୦୫/୨୫ ମୂଳେ ମାମଲା ରୁଜୁ କରି ପୁଲିସ ନାବାଳିକାଙ୍କ ବୟନ ରେକର୍ଡ ସହିତ ଘଟଣାର ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମଇନା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଦେଖିବାକୁ ମିଳିଛି। ଏଭଳି ସଙ୍ଗୀନ ଘଟଣାର ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ମହଲରୁ ଦାବି ହୋଇଥିବା ଜଣାଯାଇଛି।