ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଶିରାପୁର ଛକ ନିକଟରେ ଶଳାର ଭୁଜାଲି ମାଡରେ ଭିଣେଇ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ବ୍ୟକ୍ତି ହେଲେ ଦୀପକ ଜେନା (୨୩)।
/sambad/media/media_files/2025/03/19/5c8b818a-9e5b-4421-a04c-35c1cad4732f-244963.jpg)
ସୋର ଥାନା ଶିରାପୁର ଗ୍ରାମର ଦୀପକ ଜେନା ଆଜି ସନ୍ଧ୍ୟାରେ ହନୁମାନ ଛକ ନିକଟରେ ଠିଆ ହୋଇଥିବା ତାଙ୍କ ଶଳା ସମେତ ଆଠ ଜଣ ଯୁବକ ତିନୋଟି ବାଇକରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ହାତ ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ପରିବାରିକ ଅଶାନ୍ତି କାରଣରୁ ତାଙ୍କ ଶଳା ଅଙ୍କବ୍ରହ୍ମପୁର ଗ୍ରାମର ସରୋଜ ଜେନା (୨୫)ସାଙ୍ଗମାନଙ୍କ ସହ ମିଶି ଏପରି କାଣ୍ଡ ଭିଆଇଥିବା ଶୁଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/19/f1de0b05-0383-4245-b2a5-bfc363b8dad5-405343.jpg)