ବାଲିଅନ୍ତା ବଜାର: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ହାଟରେ ଜମିଜମା ବିବାଦ କାରଣରୁ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ବିୟର ବୋତଲରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।  ଆହତ ଯୁବକ ଜଣଙ୍କ ସଦର ଥାନ କୁଆଇଁଲୋ ଗ୍ରାମର ବିଶ୍ଵନାଥ ରାଉତ।

Advertisment

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ମେଡ଼ିକାଲ ପଠାଇବା ସହ  ରମାକାନ୍ତ ରାଉତକୁ କାବୁ କରି ଥାନାରେ ଅଟକ ରଖିଛି। ସେମାନେ ସମ୍ପର୍କରେ ଦାଦା ଓ ବଡ ବାପା ପୁଅ ଭାଇ ବୋଲି ଜଣାପଡିଛି। ଉଭୟଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ କାରଣରୁ ଝଗଡ଼ା ହୋଇଥିବା ପୁଲିସ କହିଛି।

ଏନେଇ ବହୁବାର ଗ୍ରାମବାସୀଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯାଇଥିଲା। କିନ୍ତୁ ଏଥିରେ ଅସନ୍ତୋଷ ଥିଲେ ରମାକାନ୍ତ। ଆଜି ହାଟରେ ବିଶ୍ଵନାଥ ପରିବା କିଣିବା ସମୟରେ ପୂର୍ବ ପ୍ରସ୍ତୁତୀ ଅନୁସାରେ ରମାକାନ୍ତ ବିଅର ବୋତଲରେ ଆକ୍ରମଣ  କରିଥିଲା।