ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଅଁଳା-ହରିପୁର ରାସ୍ତାରେ ଏକୁଟିଆ ପାଇ ସାଇକେଲରେ ଯାଉଥିବା ସ୍ଥାନୀୟ ବାଘୁଆ ଗ୍ରାମର ଅଙ୍ଗନବାଡି ଦିଦିଙ୍କ ଠାରୁ ମୋବାଇଲ ଛୀନତାଇ କରି ଖସିଯାଉଥିବା ବେଳେ ଜଣଙ୍କୁ ଧରି ନିର୍ଧୁମ ଛେଁଚିଲେ ସ୍ଥାନୀୟ ବାସିନ୍ଦାl ଅନ୍ୟଜଣେ କୌଶଲକ୍ରମେ ଖସିଯାଇଛିl
ସୂଚନା ଅନୁଯାଇ ସ୍ଥାନୀୟ ବାଘୁଆ ଗ୍ରାମର ଅଙ୍ଗନବାଡି ଦିଦି ଭାବେ କାର୍ଯ୍ୟରତ ସୁନିଆଁ ହେମ୍ରମ ପୂର୍ବାହ୍ନରେ ଟଙ୍କା ଉଠାଇବାକୁ ଅଁଳାସ୍ଥିତ ବ୍ୟାଙ୍କକୁ ଆସି ମୋବାଇଲରେ କଥା ହୋଇ ନିଜ ଗାଁକୁ ଫେରୁଥିଲେl ଅଁଳା କଲେଜ ନିକଟରେ ନମ୍ବର ପ୍ଲେଟ ଉପରେ ଷ୍ଟିକର ଲାଗିଥିବା ଏକ ସ୍କୁଟିରେ ୨ଜଣ ଦୁର୍ବୃତ୍ତ ପଛପଟୁ ଆସି ମୋବାଇଲ ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରୁଥିବାବେଳେ ସୁନିଆଁ ଚିତ୍କାର କରିଥିଲାl
ଅଙ୍ଗନବାଡି ଦିଦି ଭାବେ କାର୍ଯ୍ୟରତ ସୁନିଆଁ ହେମ୍ରମ ପୂର୍ବାହ୍ନରେ ଟଙ୍କା ଉଠାଇବାକୁ ଅଁଳାସ୍ଥିତ ବ୍ୟାଙ୍କକୁ ଆସି ମୋବାଇଲରେ କଥା ହୋଇ ନିଜ ଗାଁକୁ ଫେରୁଥିଲେl ଅଁଳା କଲେଜ ନିକଟରେ ନମ୍ବର ପ୍ଲେଟ ଉପରେ ଷ୍ଟିକର ଲାଗିଥିବା ଏକ ସ୍କୁଟିରେ ୨ଜଣ ଦୁର୍ବୃତ୍ତ ପଛପଟୁ ଆସି ମୋବାଇଲ ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରୁଥିବାବେଳେ ସୁନିଆଁ ଚିତ୍କାର କରିଥିଲାl
ସ୍ଥାନୀୟ ଲୋକ ଗୋଡ଼େଇ ଗୋଡ଼େଇ ଜଣେ ଲୁଟେରାକୁ କାବୁ କରିନେଥିବା ବେଳେ ଅନ୍ୟଜଣେ ମୋବାଇଲ ନେଇ ଚମ୍ପଟ ମାରିଥିଲାl ତେବେ ଅଙ୍ଗନବାଡ଼ି ଦିଦି ସମେତ ସ୍ଥାନୀୟ ଲୋକ ମିଶି ଲୁଟେରାକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚି ଥିଲେl ପରେ ପୁଲିସ ଖବର ପାଇ ଲୁଟେରା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ବାଉଁଶମୁଖା ଗ୍ରାମର ଓମପ୍ରକାଶ ମହାନ୍ତିକୁ ଉଦ୍ଧାର କରିଥିଲାl ପରେ ପୁଲିସ ଘଟଣାର ତଦନ୍ତ ପୂର୍ବକ ୪୦୦/୨୫ନଂରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଓମପ୍ରକାଶକୁ କୋର୍ଟ ଚାଲାଣ କରିଛି l
ଡକାୟତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ
/filters:format(webp)/sambad/media/media_files/2025/08/10/rairangpur2-2025-08-10-20-53-40.jpg)
୨୦୨୩ମସିହାରେ ବୈଶିଙ୍ଗା ଥାନା ଇଲାକାରେ ହୋଇଥିବା ଏକ ଡକାୟତି ମାମଲାରେ ଜଣେ ଫେରାର ଅଭିଯୁକ୍ତକୁ ରାତି ଅଧାରେ ରାସ୍ତା ପାର୍ଶ୍ୱ ଜଙ୍ଗଲ ଭିତରେ ମାଡ଼ିବସିଲା ପୁଲିସl ବାଳିଆପିଟା ଗ୍ରାମର ବୀରେନ୍ଦ୍ର ସିଂ ୨୦୨୩ ମସିହା ମେ ୫ତାରିଖ ଦିନ ସନ୍ଧ୍ୟା ପ୍ରାୟ ୭ଟା ୩୦ମିନିଟରେ ନିଜ ସମ୍ପର୍କୀୟ ଭାଇ ପ୍ରତାପ ସିଂ ସହିତ ଗଡ଼ଦେଉଳିଆ ସ୍ଥିତ ନିଜର ସମ୍ପର୍କୀୟ ଘରକୁ ଯାଉଥିବାବେଳେ ରାସ୍ତାରେ ପଛ ପଟରୁ ମାରଣାସ୍ତ୍ରରେ ସଜ୍ଜିତ ୪ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇବା ସହିତ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କ ନିକଟରୁ ଟଙ୍କା ଲୁଟିନେଇଥିଲେl ତେବେ ବୀରେନ୍ଦ୍ର ଓ ତାଙ୍କ ଭାଇ ତାଙ୍କୁ ବାଧା ଦେବାରୁ ଦୁର୍ବୃତ୍ତମାନେ ସଂଘବଦ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେl ତେବେ ସେହିସମୟରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଏକତ୍ରିତ ହୋଇଯିବାରୁ ୩ଦୁର୍ବୁତ୍ତ ଖସିଯାଇଥିଲେ ହେଲେ ଜଣେ ଅଭିଯୁକ୍ତ କଳମା ଅଞ୍ଚଳର ମାନସ ଜେନାକୁ କାବୁ କରିନେଇଥିଲେ ଓ ପୁଲିସକୁ ଖବର ଦେଇଥିଲେl ପୁଲିସ ପହଞ୍ଚି ମାନସକୁ ଗିରଫ କରି ଥାନାକୁ ନେଇଯାଇଥିବାବେଳେ ୨୦/୨୩ନଂ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଓ ଜାଣିବାକୁ ପାଇଥିଲା କି ଘଟଣାର ମୁଖ୍ୟ ଆସାମୀ ହୋଉଛି ବାଲେଶ୍ୱର ସଦର ଥାନା ଅଧୀନ ବାଙ୍କତିରା ଗ୍ରାମର ଅମୁଲ୍ୟ ଦାସର ପୁଅ ସପନ ଦାସl ତେବେ ସେଇଦିନରୁ ସପନ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରି ଲୁଚି ବୁଲୁଥିବାରୁ ପୁଲିସ ତାର ଟେର ପାଉନଥିଲାl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/10/baisinga1-2025-08-10-20-48-14.jpg)