ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଦରଗୁଲା ଗ୍ରାମ ନିକଟ ଅଙ୍ଗୀ ନଦୀରେ ଭାସି ଯାଇ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମ ର ଦୟମନ ଭତରା (୨୯) ବୋଲି ଜଣା ପଡ଼ିଛି।
ସୂଚନା ଅନୁଯାଇ ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମର ଦୟମନ ଭତରା ରବିବାର ସକାଳ ୧୦ ଘଣ୍ଟ ସମୟରେ ନିଜ ସାଇକେଲରେ କୌଣସି ଏକ କାର୍ଯ୍ୟରେ ତାଙ୍କ ଶ୍ଵଶୁର ଘର ନିକଟ ଗିରିଲା ଗ୍ରାମକୁ ଯାଇଥିଲେ। ସେଠାରେ କାର୍ଯ୍ୟ ସରିବା ପରେ ସନ୍ଧ୍ୟାରେ ପୁଣି ନିଜ ଗ୍ରାମ କେରଣ୍ଡି ଅଭିମୁଖେ ବାହାରି ଥିଲେ।
ତେବେ ଦରଗୁଲା ଗ୍ରାମ ନିକଟରେ ଥିବା ଅଙ୍ଗିନଦୀ ପାର କରିବା ସମୟରେ ଦୟମନ ଭାରସାମ୍ୟ ହରାଇ ନଦୀ ପାଣିରେ ବୁଡ଼ି ଯାଇଥିଲେ। ଆଜି ଦିନ ପ୍ରାୟ ୧୨ ଟାରେ ଦରଗୁଲା ଗ୍ରାମର କିଛି ଲୋକ କେରଣ୍ଡି ଗ୍ରାମର ଦୟମନ ଭତରାର ଶବ ଅଙ୍ଗି ନଦୀ ପାଣିରେ ଭାସୁଥିବା ଦେଖିଥିଲେ।
ଏ ନେଇ ତୁରନ୍ତ କେରଣ୍ଡିରେ ଥିବା ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ପରିବାର ଲୋକେ ଶବ ଚିହ୍ନଟ କରିଥିଲେ। ପରେ ମୃତ ଦୟମନ ଭତରାର ସମ୍ପର୍କୀୟ ଦାଦା ଧନପତି ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଦରଗୁଲା ଅଙ୍ଗିନଦୀରୁ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ମୃତ ଦୟମନ ଭତରାର ଦୁଇ ପୁଅ ସହ ଜଣେ ଝିଅ ରହିଥିବା ବେଳେ ଦୟମନର ମୃତ୍ୟୁ ପରେ ପରିବାର ବେସାହାରା ହୋଇ ପଡିଛନ୍ତି।
dead
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/zoVnGyOVb9hUTElx2gpo.jpg)