ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଖଇରିବଣି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୁକ୍ରବାର ଅପରାହ୍ନରେ ଜଣେ ସ୍ଥାନୀୟ ଯୁବକଙ୍କର ମୃତ୍ୟୁ ଘଟିଛି। ବାଇକ ଆରୋହୀ ଯୁବକଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଟ୍ରଲିରେ ଯାଉଥିବା ଅନ୍ୟ ୨ଗୁରୁତର ହୋଇ ଡାକ୍ତରଖାନାରେ ଚିକତ୍ସାଧୀନ ଅଛନ୍ତି l ମୃତକ ହେଲେ ବାଗଲପୁର ଗ୍ରାମର ସନିଆ ଦେହୁରୀଙ୍କ ପୁଅ ଜଗନ୍ନାଥ ଦେହୁରୀ(୨୬)l ଘରେ ତାଙ୍କର ବାପ ଛେଉଣ୍ଡ ହୋଇଗଲା ୨ବର୍ଷର କୁନି ଝିଅ, ଆଉ ବିଧବା ହୋଇଗଲେ ୬ମାସର ଗର୍ଭବତୀ ସ୍ତ୍ରୀ ଲକ୍ଷ୍ମୀl
ଜଗନ୍ନାଥ ସୁଦୂର ପଣ୍ଡିଚେରୀରେ ରହି ଏକ ଘୋରାଇ ସଂସ୍ଥାରେ କାମ କରି ତାର ପରିବାର ପ୍ରତିପୋଷଣ କରୁଥିଲେl ଘରେ ତାର ବାପା-ମା’ଙ୍କ ସମେତ ୬ମାସର ଗର୍ଭବତୀ ସ୍ତ୍ରୀ ଓ ଗୋଟେ ୨ବର୍ଷର କୁନି ଝିଅ ତାରି ରୋଜଗାରକୁ ଚାହିଁ ବାସଥାନ୍ତିl ତେବେ ଗାଁରେ ମା’ ଶୀତଳାଙ୍କ ପୂଜା ଚାଲିଥିବାରୁ ଜଗନ୍ନାଥ ଗତକାଲି ପଣ୍ଡିଚେରୀରୁ ଆସି ଘରେ ପହଞ୍ଚିଥିଲାl ଆଜି ମଧ୍ୟାହ୍ନ ଭୋଜନ ପରେ ସେ ତା ଭାଇର ବାଇକ ମାଗି ବୈଶିଙ୍ଗା ବଜାରକୁ ପୂଜାସାମଗ୍ରୀ କିଣିବା ପାଇଁ ବାହାରିଥିଲେl
ତେବେ ଖଇରିବଣି ଛକ ଉପକଣ୍ଠ ରୟାଲ ହୋଟେଲ ସମ୍ମୁଖରେ ବାରିପଦା ପଟରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଟ୍ରଲର ( ଆରଜେ ୩୨-ଜିସି ୨୩୫୯) ଭରସାମ୍ୟ ହରାଇ ପ୍ରଥମେ ଏକ ୩ଚକିଆ ଟ୍ରଲିକୁ ପଛପଟୁ ଧକ୍କା ଦେଇଥିଲାl ପରେ ଭରସାମ୍ୟ ହରାଇ ଉକ୍ତ ଟ୍ରଲର ପୁଣି ଏକ ବାଇକ କୁ ଧକ୍କା ଦେଇଥିଲା, ଯେଉଁ ବାଇକରେ ଜଗା ବୈଶିଙ୍ଗା ଅଭିମୁଖେ ଯାଉଥିଲେl ତେବେ ଟ୍ରଲର ଧକ୍କାରେ ଜଗାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତଶ୍ରାବ ହୋଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲାl
ପ୍ରଥମ ଘଟଣାର ଶିକାର ହୋଇଥିବା ବାଲେଶ୍ୱର ଅଞ୍ଚଳର ୨ଜଣ ବାପପୁଅ ଗୁରୁତର ଆହତ ହୋଇଥିଲେl ସ୍ଥାନୀୟ ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ବୈଶିଙ୍ଗା ଡାକ୍ତଖାନାକୁ ନେଇଯାଇଥିଲେ, ସେଠାରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲାl
ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର ପୂର୍ବକ ୧୮୭ନଂ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଇଥିଲାl ହେଲେ ଦୁଇ ଦୁଇଟି ଦୁର୍ଘଟଣା ଘଟାଇ ଟ୍ରଲର ଚାଳକ ଟ୍ରଲର ନେଇ ବାଲେଶ୍ୱର ଅଭିମୁଖେ ଖସିଯିବାକୁ ବସିଥିବାବେଳେ ସ୍ଥାନୀୟ ଯୁବକ ତାକୁ ଗୋଡ଼ାଇ ଗୋଡ଼ାଇ ବାଲେଶ୍ୱର ଜିଲ୍ଲା ସାହୁପଡ଼ା ନିକଟରେ ଅଟକାଇଥିଲେ ଓ ପୁଲିସକୁ ଖବର ଦେଇଥିଲେl ହେଲେ କୌଶଳକ୍ରମେ ଘଟଣାସ୍ଥଳରୁ ଚାଳକ ଚମ୍ପଟ ମାରିଥିବାବେଳେ ଖଲାସିକୁ ଅଟକ ରଖିଥିଲେ ସ୍ଥାନୀୟ ଯୁବକl ପୁଲିସ ପହଞ୍ଚିବା ପରେ ଟ୍ରଲରକୁ ଜବତ କରି ଥାନାକୁ ଆଣିଥିବାବେଳେ ଖଲାସିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛିl
Accident | Mayurbhanj