କୁଚିଣ୍ଡା: ସମ୍ବଲପୁରଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟର ଜଣେ ଛାତ୍ରଙ୍କ ସଡ଼କ ଦୁର୍ଘଟଣାରେ ଗୁରୁବାର ଦିନ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ କୁସମୀ ଫାଣ୍ଡି ଅନ୍ତର୍ଗତ ସାନମୁଣ୍ଡଲୋଇ ଗ୍ରାମର ରୋଶନ ଜୟପୁରିଆ (୧୯)।
ଘଟଣାରୁ ପ୍ରକାଶ ଯେ ରୋଶନ ଜୟପୁରିଆ କଲେଜ ପାଠ ପଢୁଥିଲେ ମଧ୍ୟ ପାର୍ଟ ଟାଇମ ଗାଡ଼ି ଡ୍ରାଇଭିଂ କରନ୍ତି। ବୁଧବାର ସନ୍ଧ୍ୟାରେ ଝିପିଝିପି ବର୍ଷାରେ ଏକ ଚାରିଚକିଆ ଗାଡ଼ିରେ ଘରକୁ ଫେରୁ ଥିବା ସମୟରେ ଭାରସାମ୍ୟ ହରାଇ ଥିଲେ। ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ଗାଡ଼ିର ଷ୍ଟିୟରିଂ ଛାତିରେ ଚାପି ହୋଇଥିଲା।
ଦ୍ରୁତଗତି ମହାବିପତ୍ତି। ସୁରକ୍ଷିତ ଯାତ୍ରା କଲେ, ଜୀବନକୁ ବିପଦ ପହଞ୍ଚିବ ନାହିଁ। ରାସ୍ତାର ନିୟମ ମାନିବା ଏବଂ ଆବଶ୍ୟକତା ଅନୁସାରେ ଗାଡ଼ିର ବେଗ ରହିଲେ ଦୁର୍ଘଟଣାଜନିତ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ରୋଶନଙ୍କୁ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। କୁସମୀ ଫାଣ୍ଡିରେ ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଅଂଚଳରେ ଶୋକର ଲହରୀ ଖେଳି ଯାଇଛି।
Accident | Sambalpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/11/accident-2025-09-11-16-12-03.jpg)